ads

Breaking News

ଓଏଏସ ପାଇଲେ ପ୍ରିୟବ୍ରତ



ଭଞ୍ଜନଗର- ଇଛା ଶକ୍ତି ଥିଲେ  ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇନଥାଏ ।ଏମିତି ଏକ ଛାତ୍ର ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଜି ପାରିଛି । ଗଞ୍ଜାମ ଜିଲ୍ଳା ଭଞ୍ଜନଗର ସହରେ ଥିବା ଏଲଆଇସି କୋଲନୀରେ ରହୁଥିବା  ପ୍ରକାଶ ଚନ୍ଦ୍ର ପାଲକଙ୍କ ପୁଅ ପ୍ରିୟବ୍ରତ ପାଲକ । ୨୦୧୯ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ୫୪ ସ୍ଥାନରେ ରହିଛନ୍ତି ।  ବାପା ଜଣେ ଜଳସେଚନ ବିଭାଗର ମୁଖ୍ୟ କିରାଣୀ  ସେ ବତ୍ତମାନ  ଅବସର କର୍ମଚାରୀ  ।
ପ୍ରିୟବ୍ରତ ଭଞ୍ଜନଗର ଶ୍ରୀବତ୍ସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେବା ପରେ  ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଅଧ୍ୟାୟନ କରି ଏଠାରେ+୩ଶେଷ ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିଲେ । ସିପେଟ ଇଂଜିନିୟରିଂ କଲେଜରେ ବି ଟେକ ଅଧ୍ୟୟନ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ପାଠ ପଢିବା ପ୍ରତି ବହୁତ ଆଗ୍ରହ ଥିଲା ପାଠ ପଢ଼ିବାର ଆଗ୍ରହ ଓ ଇଛା ଶକ୍ତି ଦ୍ୱାରା ଆଜି ସେ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ୫୪ ରେଙ୍କ ରଖି ପାସ ହୋଇଛନ୍ତି । ଆଜି ରେଜଲ୍ଟ ପାଇବା ପରେ ଭଞ୍ଜନଗର ଅଞ୍ଚଳର ଆଉ ଜଣେ ଗୌରବ ଅର୍ଜନ କରିଥିବା ଛାତ୍ରଙ୍କ ପାଇଁ ସମସ୍ତ ଜନସାଧାରଣ ଶିକ୍ଷକ ଶିକ୍ଷୟତ୍ରୀ ଓ ତାଙ୍କ ବନ୍ଧୁ ମାନେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟବ୍ରତ ପରିବାର ଓସାଙ୍ଗସାଥୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧ --- ୧୧,୨୦ Sakhigopal News,8/10/2021

ads

Blog Archive