ଜଟଣୀ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ନୂତନ ଗୃହ ଉଦଘାଟନ
ଜଟଣୀ --ଜଟଣୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ନୂତନ ଗୃହ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦେବବ୍ରତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଡ଼. ରାଜୀବ କୁମାରଙ୍କ ପୌରହିତରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ଡ଼. ସନ୍ତୋଷ କୁମାର ବିଶ୍ୱାଳ, ରଜନୀ କୁମାର ନାଏକ, ପବିତ୍ରା ପଦ୍ମାସନା, ଡ଼. ଅସିତ ବିକ୍ରମ ପଟ୍ଟନାୟକ, ଡ଼. ତପନ ମିଶ୍ର, ବାଳକୃଷ୍ଣ ଚୌଧୁରୀ, ମହାବୀର ପ୍ରସାଦ ବେହେରା, ଡ଼. ଅନୁପ କୁମାର ମହାନ୍ତି, ଅନିତ କୁମାର ସୁନ୍ଦରାୟ ଓ ବେଣୁଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପ୍ରାଧ୍ୟାପକ ଡ଼. କମଳ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୧-----୬,୧୦
Sakhigopal News,9/10/2021




