ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ମଧୁବନ ଗ୍ରାମର ଉମାକାନ୍ତ ଭୋଇ (୭୦) ବର୍ଷ । ଆଜି ସକାଳେ ଘର ପାଖ ରତ୍ନଚିରା ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ମାତ୍ର ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଉମାକାନ୍ତ । =ଘରକୁ ଫେରିବା ଡେରି ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ସତ୍ôୟାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେମାନେ ନଦୀ ପାଣିରୁ ଶବ ଉଦ୍ଦାର କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ କେସରୁଜ କରି ଶବବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୦/୨୦୨୧---୯,୨୦ Sakhigopal News, 12/10/2021


