=ସାରଙ୍ଗଯୋଡି ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତ ଠାରେ ଏକ ଗ୍ରାମୀଣ ମହିଳା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମଞ୍ଚଳରୁ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ । ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପୁରୀ ଅମରେଶ ମହାପାତ୍ର ପ୍ରଦ୍ୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଡିଓ ତଥା ଦାୟତ୍ୱରେ ଥିବା ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ସାରଙ୍ଗଯୋଡି ସରପଞ୍ଚ ଚଞ୍ଚଳା ପାଣି ପ୍ରମୁଖ ଯୋଗ ଦେଇଥିଲେ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ କହିଥିଲେ । ଲିଙ୍ଗରାଜ ସାହୁ ଜ୍ୟୋତିମୟୀ ରଥ, ଆଇନଜୀବୀ ଉପେନ୍ଦ୍ର ବିଶ୍ୱଳା ପ୍ରମୁଖ ଯୋଗ ଦେଇ ଗ୍ରାମୀଣ ମହିଳା ମାନେ ଆଇନ ସଚେତନତା ହେବା ଜରୁରୀ ଦରକାର ବୋଲି ଅତିଥି ମାନେ କହିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ମାନେ କାର୍ଯକ୍ରମ ପରି=ଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୧----୮,୩୦
Sakhigopal News, 8/10/2021


