ads

Breaking News

ସତ୍ୟବାଦୀରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଲେ ବିଧାୟକ


 ସାକ୍ଷୀଗୋପାଳ----- ବ୍ରହ୍ମଗିରିରେ ବ୍ଳକରେ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିବା ପରେ ସତ୍ୟବାଦୀ ବ୍ଳକରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତର ପ୍ରମିଳା ଖଟେଇ, ଟିକିନା ବେହେରା ସହ୧୦ ଜଣ ମହିଳାଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ପବିତ୍ର ଗୋପବନ୍ଧୁ ଜୟନ୍ତୀ ୯ ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ଶେଷ ହେବ ।    ପ୍ରତିଦିନ ୪ଶହ = ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ।  ସତ୍ୟବାଦୀ ବ୍ଳକରେ ୨୭ ହଜାର ୫୦୫ ଜଣ ପରିବାର ଏହି ଯୋଜନାରେ ସାମିଲ ହେବେ । ଅନ୍ୟ ଯେଉଁମାନେ ଏହି ଯୋଜନାରୁ ବଞ୍ଜିତ ହୋଇଛନ୍ତି ସେମାନଙ୍କୁ ପରବର୍ତ୍ତିା ସମୟରେ ଏହି ଯୋଜନାରେ ସାମିଲ କରାଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ଉପସ୍ଥିତ ଥିବା ଜନସାଧାରଣ ଓ ଜନପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ ବିଧାୟକ ଶ୍ରୀ ସମାନ୍ତରାୟ । ପୁରୀ ଜିଲ୍ଲାରେ ସାତଗୋଟି ବେସରକାରୀ ମେଡିକାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ରଖାଯାଇଛି  ବୋଲି ବିଧାୟକ ଶ୍ରୀ ସାମନ୍ତରାୟ  କହିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ  ପ୍ରମୁଖ  ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ବ୍ଳକ ଯୋଗାଣ ଅଧିକାରୀଣି ଜୟନ୍ତୀ ଶ୍ରୀହରିଚନ୍ଦନ, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ସମାଜ ସେବୀ ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା ଓ ଜନପ୍ରତିନିଧି ଓ ବ୍ଳକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଡିଓ କ୍ଷୀରୋଦ କୁମାର ବେହେରା  ଧନ୍ୟବାଦ ଦେଇଥିଲେ । 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୮/୧୦/୨୦୨୧----- ୭,୧୫  
Sakhigopal News,8/10/2021

ads

Blog Archive

Popular Posts