ads

Breaking News

ବେଳାଭୁମିରେ ମଦ ଦୋକାନ ବନ୍ଦ ପାଇଁ ଭାରତୀୟ ବିକାଶ ପରିଷଦର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ


ନୟାଗଡ -- ଓଡ଼ିଶାର ବିଭିନ୍ନ ଜିଲ୍ଲାର ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ  ମଦ ଦୋକାନ ଖୋଲିବା ଲାଗି ନିଆଯାଇଥିବା ନିଷ୍ପତ୍ତି କୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଏହି ସବୁ ମଦ ଦୋକାନ କୁ ବନ୍ଦ ପାଇଁ ହାଇକୋର୍ଟ ନିର୍ଦେଶ ଦେବାକୁ ପିଟିସନରେ ପ୍ରାଥନା କରାଯାଇଛି।ଭାରତୀୟ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜ୍ଜୁ କରିଛନ୍ତି। ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲେଶ୍ଵର, ପୁରୀ,ଜଗତସିଂହପୁର, ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ର 20ଟି ସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ଵର ଜିଲ୍ଲାର ତାଳସାରିଠାରେ ତିନିଟି, ଚାନ୍ଦିପୁର ଠାରେ ଦୁଇଟି, ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବେଳାଭୂମି ରେ ତିନିଟି, ପୁରୀ କୋଣାର୍କ ବେଳାଭୂମି ରେ ପାଞ୍ଚଟି, ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ପାଞ୍ଚଟି ଓ ପାତିସୋନେପୁରଠାରେ ଦୁଇଟି ମଦ ଦୋକାନ ଖୋଲିବା ପାଇଁ ଗତ ସେପ୍ଟେମ୍ବର21ରେ ଟେଣ୍ଡର ଆହ୍ୱାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପୁରୀ_କୋଣାର୍କ ବେଳାଭୂମି ରେ ମଦ ଦୋକାନ ପାଇଁ ବାର୍ଷିକ ଦେଢ ଲକ୍ଷ, ଗୋପାଳପୁର ପାଇଁ ଏକ ଲକ୍ଷ, ବାଲେଶ୍ଵର, ପାରାଦ୍ୱୀପ ଏବଂ ପାତିସୋନେପୁର ପାଇଁ75 ହଜାର ଟଙ୍କା ଲେଖାଏଁ ସର୍ବନିମ୍ନ ଟେଣ୍ଡର ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏଭଳି ମଦ ଦୋକାନ ଖୋଲିବା ଦ୍ୱାରା ଉପରୋକ୍ତ ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି।ବିଶେଷକରି ମହିଳା ପର୍ଯ୍ୟଟକଙ୍କ ପ୍ରତି ଅଧିକ ବିପଦ ରହିଛି । ତେଣୁ ଆଦାଲତ ଏହି ମାମଲା କୁ ବିଚାର ପାଇଁ ଗ୍ରହଣ କରି ମଦ ଦୋକାନ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତି କୁ ରଦ୍ଧ କରିବା ଲାଗି ପିଟିସନ ରେ ପ୍ରାଥନା କରାଯାଇଛି। ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୧୩/୧୦/୨୦୨୧----- ୯,୪୫  Sakhigopal News, 13/10/2021

ads

Blog Archive

Popular Posts