ads

Breaking News

ଜୁଆଖେଳ ଉପରେ ଚଢ଼ାଉ ; ନଗଦ ୧୧ହଜାର ଟଙ୍କା ସହ ,୪ ଜୁଆଡି ଗିରଫ


 ଭଞ୍ଜନଗର- ଜୁଆ ଖେଳ ଚାଲିଥିବା ବେଳେ ତାରସିଂ ଥାନା ପୋଲିସ କୈାଣସି ସୁତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲେ । ୪ଜଣ ଜୁଆଡି ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୧୧୦୦୦ ଟଙ୍କା ,୫ଟି ବାଇକ୍ ଜବତ କରାଯାଇଛି । ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ନିକଟ ଶୋରିଷମୂଳୀ  ନିକଟ ରେ ଚାଲିଥିଲା ଜୁଆଖେଳ ।  ଏନେଇ  ସୂଚନା ଦେଇଛନ୍ତି ତାରସିଂ ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ। ଏତେ କଟକଣା ସତ୍ୱେ ବି ଜୁଆଖେଳ ଭଳି ହିନ ମାନସିକତା ଠାରୁ ଦୂରେଇ ପାରୁ ନାହାଁନ୍ତି ଲୋକେ । ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ଅଭ୍ୟାସ ଏବେବି ଜାରି ରହିଛି । ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମଧ୍ୟ , ଯେଶା କୁ ତେସା ନୀତିରେ ଲୋକଙ୍କ ଚିନ୍ତାଧାରା ବଦଳୁ ନାହିଁ । ଏଣୁ ଏ ଦିଗରେ ଜୁଆଡିଙ୍କ ମାନସିକତା ପରିବର୍ତ୍ତନ ନହେଲେ ଆସନ୍ତା ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି। ଜୁଆଡିଆ ମାନେ ପୁଲିସ ଆସିବାର ସୁଚନା ପାଇ ଘଟଣାସ୍ଥଳରୁ କିଛି ଜୁଆଡିଆ ଚମ୍ପଟ ମାରିଥିବା ବେଳେ ୪ ଜୁଆଡିଆକୁ ପୁଲିସ ଗିରଫ  କରିଛି।ଏହି ଅଞ୍ଚଳରରେ ବହୁ ଦିନ ହେଲା ଜୁଆଆଡା ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇ ତାରସିଂ ପୁଲିସ ପକ୍ଷରୁ ପେଟ୍ରୋଲିଂ କଡାକଡି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଥିବା ବେଳେ ଏହି ପେଟ୍ରୋଲିଂ କୁ ନେଇ ଜୁଆଡିଆଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୧----୯,୩୦   Sakhigopal News,13/10/2021

ads

Blog Archive

Popular Posts