କୋଭିଡ ଟୀକାନେଇ ମହିଳା ମୃତ ଅଭି=ଯୋଗ, ଶବବ୍ୟବଛେଦ ଓ କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ
ଜଟଣୀ---- ଜଟଣୀବ୍ଲକ ଅନ୍ତର୍ଗତ ଅରଗୁଳୁ ଗ୍ରାମ ଦଳିତସାହିର ଆରତ ନାଏକଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ନାଏକ (୨୪) ଗତ ୭ତାରିଖ ପୁର୍ବାହ୍ନରେ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦିଆଯାଉଥିବା କୋଭିଡ ଟୀକା ନେଇଥିଲେ । ମାତ୍ର ଟୀକାନେବା ପରେ ସେହିଦିନ ସଂଧ୍ୟାରେ ଜ୍ୟୋସ୍ନାଙ୍କ ଜ୍ୱର ହେବା ସହିତ ଭିଷଣ ମୁଣ୍ଡବ୍ୟଥା ହୋଇଥିଲା । ନିକଟସ୍ଥ ଔଷଧ ଦୋକାନରୁ ଔଷଧଆଣି ଆସୁ ଚିକିତ୍ସା କରିଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାପରେ ଖୋର୍ଦ୍ଧାଜିଲା ହସ୍ପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ଅବସ୍ଥା ସଂକଟାପନ୍ନ ହୋଇଥିଲା ବେଳେ ଡାକ୍ତର ତାଙ୍କୁ ଭୂବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଜ୍ୟୋସ୍ନାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପୁର୍ବାହ୍ନ ୯ଟାରେ ମୃତ୍ୟୁ ହୋଇଥିଲା । ପୁର୍ବରୁ କୈାଣସି ରୋଗାଗ୍ରସ୍ତ ନଥିବା ବେଳେ କୋଭିଡ ଟୀକାନେଇ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେଣୁ ଏନେଇ ପରିବାର ଲୋକେ ଶବବ୍ୟବଛେଦ ପାଇଁ ଡାକ୍ତରଙ୍କୁ କହିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । କେଉଁ କାରଣରୁ ଶବବ୍ୟବଛେଦ କରାଗଲା ନାହିଁ ଏବଂ ମୃତ ପରିବାରକୁ କ୍ଷତିପୁରଣ ଯୋଗାଇ ଦେବାଲାଗି ଶନିବାର ପୁର୍ବାହ୍ନରେ ଜଟଣୀ-ତିରିମଲ ମୂଖ୍ୟରାସ୍ତାର ଅରଗୁଳୁ ରାସ୍ତାକୁ ଗ୍ରାମବାସୀମାନେ ଶବରଖି କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ଜଟଣ ୀପୁଲିସ ପହଁଚି ଅବରୋଧକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ଦାବିପୁରଣ କରାଯିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା ।
ଜଟଣୀରୁ ରଙ୍ଗନାଥଙ୍କ ବେହେରା, ୯/୧୦/୨୦୨୧---୯,୧୫ Sakhigopal News , 9/10/2021


