ଭଞ୍ଜନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ କାର୍ଯ୍ୟଳୟ ସମୁଖରେ ୧୨ ଦଫା ଦାବୀ ନେଇ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘର ଗଣଧାରଣା
ଭଞ୍ଜନଗର--- ଭଞ୍ଜନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ କାର୍ଯ୍ୟଳୟ ସମୁଖରେ ୧୨ ଦଫା ଦାବୀ ନେଇ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା ।ଏହି ଧାରଣା କାର୍ଯ୍ୟକ୍ରମକୁ ଖଣ୍ଡ ସମ୍ପାଦକ ସୁରେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ,ରାଜ୍ୟ ଯୁଗ୍ମ ସଂପାଦକ ଦୁର୍ଗା ପ୍ରସାଦ ଦାଶ,ରାଜ୍ୟ ସଂଗଠନ ସଭାପତି ସୀମାଞ୍ଚଳ ପଣ୍ଡା,ରାଜ୍ୟ କାର୍ଯ୍ୟଳୟ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ,ଭଞ୍ଜନଗର ଓକିଲସଂଘର ସଭାପତି ସନ୍ତୋଷ କୁମାର ନାୟକ ଓ ବାର ସଂପାଦକ ଞାନେନ୍ଧ୍ର ନାୟକ , ହରିକୃଷ୍ଣ ସାହୁ ମଞ୍ଚାସୀନ ଥିଲେ ।ସଂଘର ୧୨ଦଫା ଦାବୀ ସରକାର ପୁରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାମ୍ରକ ପଦକ୍ଷେପ ଗ୍ରହଣ କରିଥିବା ପାଇଁ ସଂଘ ଦାବୀ କରିଛି । ସରକାର ୧୨ଦଫା ଦାବୀ ପୂରଣ ନ କରନ୍ତି ସଂଘ ୨୦.୧୦.୨୦୨୧ ଠାରୁ ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଗ୍ରହଣ କରିବାକୁ ସଂଘ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ମଞ୍ଚାସୀନ ଅତିଥିମାନେ କହିଛନ୍ତି ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବା ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଦୀର୍ଘ ବର୍ଷ ଧରି ସମାଧାନ ପାଇଁ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ତରଫରୁ ବିଭାଗୀୟ କତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିବା ସହ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଂଘର ଦାବୀକୁ ଅଣଦେଖା କରିଥିବା ସଂଘର ଖଣ୍ଡ ସଂପାଦକ ଶ୍ରୀ ରାଉତ କହିଛନ୍ତି ।ଏହି ଗଣଧାରଣାରେ ବେଲଗୁଣ୍ଠI,ବେଗୁନିଆପଡା,ଧରାକୋଟ,ଜଗନ୍ନାଥପ୍ରସାଦ,ସୋରଡ଼ା,କବିସୂର୍ଯ୍ୟନଗର,ପୁରୁଷୋତ୍ତମ,ବୁଗୁଡ଼ା,ପ୍ରଭୃତି ଅଞ୍ଚଳର ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧--- ୯,୩୦




