ads

Breaking News

ବନ୍ୟାଜନ୍ତୁ ସୁରକ୍ଷା ସପ୍ତାହ ରଣପୁର ବନ ଅଞ୍ଚଳରେ ପାଳିତ


ରଣପୁର: ସାରା ରାଜ୍ୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ  ବନ ବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥିଙ୍କ ତତ୍ୱାବଧାନରେ ଅକ୍ଟୋବର ୮ ତାରିଖ ସକାଳ ୯ ଘଟିକା ସମୟରେ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଅଧିଖଣ୍ଡ ବନାଂଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ , ଘାଟ ନିର୍ମାଣ ସେବା ସଂଗଠନ ର କର୍ମକର୍ତ୍ତା , ପରିବେଶବିତ୍ , ଗ୍ରାମ୍ୟ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ରଣପୁର ବନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।
ରଣପୁର ବନାଂଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଏକ  ସଚେତନତା ଶୋଭାଯାତ୍ରା ବାହାରି ରଣପୁର ଜଗନ୍ନାଥ ମନ୍ଦିର ଠାରୁ ବଡଦାଣ୍ଡ ଅତିକ୍ରମ କରି ହାଟ ସାହି ଦେଇ ପୁଣି ମଣିନାଗ ଉପର ସଡକ ରେ ବନାଂଚଳ କାର୍ଯ୍ୟାଳୟରେ  ପହଂଚି ଥିଲା । ପ୍ରାୟ ୧୦୦ ରୁ ଉର୍ଦ୍ଧ ବ୍ୟକ୍ତି ଏହି ଶେଭାଯାତ୍ରାରେ ସାମିଲ ହୋଇଥିଲେ ।  ଶେଷରେ ଗାଁ ଗାଁ ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ପ୍ରଚାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ରଣପୁରରୁ---ରାକେଶ ଚନ୍ଦ୍ର ପାଢ଼ୀ, ୮/୧୦/୨୦୨୧---- ୯-୪୫  Sakhigopal News,8/10/2021

ads

Blog Archive