ପୁଅର ମାଡ ସହି ନ ପାରି, ବାପା ପୁଅ ବିରୁଦ୍ଧରେ ଥାନାରେ କଲା ଅଭିଯୋଗ
ଭଞ୍ଜନଗର---- ପୁଅର ମାଡ ସହି ନ ପାରି, ପୁଅ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ବାପା । ବୁଦ୍ଧ ବୟସ-ବାପାକୁ ପୁଅ ସେବା କରିବା ବଦଳରେ ବାପାକୁ ମାଡ ମାରିବା ଏମିତିଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନିକଟ ତାରସିଂ ଗ୍ରାମରେ।ବୁଦ୍ଧ ଜଣକ ହେଲେ ତାରସିଂ ଗ୍ରାମର ପାଣୁ ସେଠୀ (୭୨)ବର୍ଷ। ଖବର ନେବାରେ ପୁଅ ଅଶୋକ ସେଠୀ ବାପା ପାଣୁକୁ ଏହି ବୟସ ଘରେ ବସାଇ ମୁଠାଏ ପେଟକୁ ଆହାର ଦେବା ବଦଳରେ ପୁଅ ମାଡ ମାରୁଥିଲା । ପୁଅର ଅତ୍ୟାଚାର ବାପା ସହି ପାରି ନଥିଲେ ।ବାପା ଗ୍ରାମରେ ବିଭିନ୍ନ ଲୋକଙ୍କ କାମ କରି ଆଣିଥିବା ଅର୍ଥକୁ ପୁଅ ବାପାକୁ ମାଡମାରି ନେଇଯାଇଥିଲେ । ଏମିତି କିଛି ଦିନ ହେଲା ଘଟଣା ଘଟାଇ ପୁଅ ଅଶୋକ ଗାୟାଗଣ୍ଡା ଗ୍ରାମରେ ଲୁଚି ରହିଆସୁଥିଲେ ।ବାପା ପୁଅର ମାଡ ସହି ନ ପାରି ତାରସିଂ ଥାନାରେ ପୁଅ ବିରୁଦ୍ଧରେ ବାପା ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା କେସନଂ୨୫୮/୨୧ରେ ମାମଲା ରୁଜୁ କରି ପୁଅ ଅଶୋକକୁ ଗାୟାଗଣ୍ଡା ଗ୍ରାମରୁ ତାରସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରଦିପ୍ର କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧----୯,୧୫ Sakhigopal News,8/10/2021


