ଟିକା ପାଇଁ ଦୁର୍ଗମ ଇଲାକା ରେ ଥିବା ଗହପଥର ଗ୍ରାମବସୀ
ଗହପଦର ଗ୍ରାମବାସୀ । ଆଜି ଗାଲେରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସତନ୍ତ ଟୀକା କରଣ ବ୍ୟବସ୍ଥା ଉକ୍ତ ଗ୍ରାମବାସୀ ମାନଙ୍କ ପାଇଁ କରାଯାଇଥିଲା । ଦୋମୁହାଣୀ ପଞ୍ଚାୟତ ଖମଣସାହି ଅଙ୍ଗନବାଡି କେନ୍ଦ୍ରଠାରେ ଏହି କାଯ୍ୟକ୍ରମ କରାଯାଇଥିଲା । ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନ ରେ ଏଲଏଚଭି ସଂଯୁକ୍ତା ଦେବୀ, ଏଏନଏମ ବାସନ୍ତୀ ମନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଦୁତିକୃଷ୍ଣ ସାହୁ, ଅଙ୍ଗନବାଡି କର୍ମୀ, ପୁର୍ଣିମା ବେହେରା, ଆଶାକର୍ମୀ ବୃନ୍ଦାବତୀ ମାଝୀ ଅନ୍ୟାନ୍ୟ କର୍ମ କର୍ତ୍ତା ଯୋଗଦେଇ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଗାଲେରୀ ମେଡିକାଲ ର କର୍ମଚାରୀ ମାନେ ଗହପଦର ଗ୍ରାମବାସୀ ଙ୍କୁ ଦୀର୍ଘ ଦୀନ ଧରି ଟିକେନେବା ପାଇଁ ବୁଝାଉଥିଲେ । ଆଜି ତାହା ସଫଳ ହୋଇଛି। ଦୀର୍ଘ ୮ କିମି ପାହାଡିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ଗହ ପଦର ଗ୍ରାମବାସୀ ଟୀକା କେନ୍ଦ୍ର କୁ ଆସିଥିଲେ । ଟୀକା କରଣର ପ୍ରଥମ ଭାଗ ରେ ଆଜି ୧୧୨ ଜଣଙ୍କୁ ଟୀକା କରଣ କରାଯାଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧----୬,୩୦
Sakhigopal News,8/10/2021




