କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡି ଧକ୍କାରେ ଆଠ ଜଣ ଆନ୍ଦୋଳନରତ ଚାଷୀ ମୃତ୍ୟୁ ବରଣ କରିଥିଲେ ,ଅମର ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭାଯାତ୍ରା
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ମାର୍କେଟ ୟାର୍ଡ଼ ପ୍ରାଙ୍ଗଣରେ ଉତ୍ତର ପ୍ରଦେଶ ରାଜ୍ୟର ଲଖିମପୁର ଖିର ଆନ୍ଦୋଳନରତ ଚାଷୀ ମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡି ଧକ୍କାରେ ଆଠ ଜଣ ଆନ୍ଦୋଳନରତ ଚାଷୀ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପପଙ୍ଗା ର ବିଶ୍ବଜିତ ହେତାଙ୍କ ନେତୃତ୍ବରେ ଅଂଚଳର ଚାଷୀ ମାନଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ପ୍ରଥମେ ମୃତକ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ମାର୍କେଟ ୟାର୍ଡ଼ ଠାରୁ ମହମବତୀ ଲଗାଇ ଶୋଭାଯାତ୍ରା ବାହାରି ପପଙ୍ଗା ଛକ ପର୍ଯ୍ୟନ୍ତ ଯାଇଥିଲା । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ଚାଷୀ ବିରୋଧ ଯାଉଥିବାରୁ ପ୍ରତ୍ୟାହୃତ କରିବା ପାଇଁ ନାରା ଦିଆଯାଇଛି। ଧାନର ଅଭାବୀ ବିକ୍ରି, ସାର ଅଭାବୀ ବିକ୍ରି ହେଉଥିବା ରୁ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ପରିଶେଷରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ମାନେ ଯୋଗଦେଇଥିବାରୁ ବିଶ୍ଵଜିତ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୦/୨୦୨୧---- ୧୧,୪୦ Sakhigopal News,7/10(2021



