ads

Breaking News

୩ ପଞ୍ଚାୟତରେ ସାଂସଦ ଓ ନବ ନିର୍ବାଚିତ ବିଧାୟକ ସ୍ମାର୍ଟ କାର୍ଡ ବଣ୍ଟନକଲେ


 ଡେଲାଙ୍ଗ----- ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ଶନିବାର ଦିନ ଡେଲାଙ୍ଗ ବ୍ଲକର ୩ଟି ପଞ୍ଚାୟତ ହରିରାଜପୁର,ରେଙ୍ଗଳ ଓ ଗୋଡିପୁଟମାଟିଆପଡାରେ  ହିତାଧିକାରୀ ମାନଙ୍କୁ  ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ହରିରାଜପୁର ପଞ୍ଚାୟତରେ ଯୋଗଦେଇ ସ୍ମାର୍ଟ କାର୍ଡର ବ୍ୟବହାର ସମ୍ପର୍କରେ ଆଲୋକପାତ କରିବା ସହ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ  କରିଛନ୍ତି । ସେହିପରି ନବନିର୍ବାଚିତ ଯୁବ ବିଧାୟକ ଶ୍ରୀମହାରଥିଙ୍କୁ ଏହି ୩ଟି ପଞ୍ଚାୟତ ତରଫରୁ ଫୁଲ ତୋଡା ଉତରୀୟ ଦେଇ ସ୍ୱାଗତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲିପ କୁମାର ଷଡଙ୍ଗି,ଜିଲ୍ଲାପରିଷଦ ମଳୟ ମହାନ୍ତି,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ପୁର୍ବତନ ସରପଞ୍ଚ ପ୍ରସନ୍ନ ମହାରଥି , ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ  ମାନେ ଉପସ୍ଥିତ ଥିଲେ ।   ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୧--- ୯,୪୫  Sakhigopal News, 9/10/2021


ads

Blog Archive