ରେଳବାଇ ଝୁମ୍ପୁଡ଼ି ବାସିନ୍ଦା ମାନଙ୍କୁ ଜରୁରୀ ଥଇଥାନ ଦାବିରେ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି ତରଫରୁ ଗଣ ଧାରଣା
-
ଜଟଣୀ ---ଜଟଣୀ ରେଳପଥ କଲୋନୀ ଅଞ୍ଚଳର ବସବାସ କରୁଥିବା ଭୂମିହୀନ ତଥା ଝୁମ୍ପୁଡି ବାସୀଙ୍କୁ ଖୋର୍ଦ୍ଧାରୋଡ଼ ରେଳ ବିଭାଗ ତରଫରୁ ଉଛେଦ କରିବା ଲାଗି ୨ମାସ ପୂର୍ବରୁ ତୃତୀୟ ପର୍ଯ୍ୟାୟ ନୋଟିସ ଜାରି ହୋଇଛି । କେତକ ଝୁମ୍ପୁଡ଼ିକୁ ରେଳ ଭିବାଗ ଉଛେଦ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ନୋଟିସ ମାଧ୍ୟମରେ ଅବଶିଷ୍ଟଙ୍କୁ ଉଛେଦ ଲାଗି ରେଳପଥ ପକ୍ଷରୁ ଯୋଜନା ଚାଲିଛି । ତେଣୁ ଗୁରୁବାର ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୁତି ଭୂଷଣ ମିଶ୍ରଙ୍କ ତତ୍ୱାବଧାନରେ ରେଳ କଲୋନୀ ଅନ୍ତର୍ଗତ ଲୋକ କଲୋନୀ, ଟ୍ରାଫିକ କଲୋନୀ ଇତ୍ୟାଦି ଅଞ୍ଚଳରେ ଝୁମ୍ପୁଡ଼ି ବାସିନ୍ଦା ମାନେ ଏକତ୍ରିତ ହୋଇ ହକ ପାଇଁ ଲଢେଇ ପାଇଁ ଶପଥ ପାଠ କରିଥିଲେ । ରାଜ୍ୟ ସରକାର ପୌରପରିଷଦ ମାଧ୍ୟମରେ ଭିମିହୀନ ଲୋକଙ୍କୁ ଥଇଥାନ କରିବା ଲାଗି ଏଲ. ଆର.ସି ଓ ଏଲ. ଇ. ସି. ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ରେଳପଥ କଲୋନୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଏ ପର୍ଯ୍ୟନ୍ତ ଥଇଥାନ କରିନାହାନ୍ତି କି ପ୍ରତିଶୃତି ମଧ୍ୟ ଦେଇ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଶୁକ୍ରବାର ତଥା ଆଜି ପୂର୍ବାହ୍ନରେ ଜଟଣୀ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ଯଥା -ରେଳବାଇ ଜମି ଉପରେ ଥିବା ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ଜରୁରୀ ଭାବେ ଥଇଥାନ କରିବା । ୨0୧0 ମସିହା ତହସିଲଦାର, ଜଟଣୀ ପୌରପରିଷଦ, ଜଟଣୀ ପୂର୍ବତଟ ରେଳବାଇ ଖୋର୍ଦ୍ଧାରୋଡ଼ ରେଳ ଇଞ୍ଜିନିୟର ବିଭାଗ ମିଳିତ ସର୍ଭେ ତାଲିକା ଅନୁଯାଇ ରେଳବାଇ ବସ୍ତି ବାସିନ୍ଦାଙ୍କୁ ବିସ୍ତୃତ ତଦନ୍ତ କରି ସେମାନଙ୍କୁ ଥଇଥାନ ତାଲିକା ଭୁକ୍ତ କରିବା । ପୌରପରିଷଦ ଅଞ୍ଚଳରେ ରାଜ୍ୟସରକାରଙ୍କ ଜମି, ଜଗନ୍ନାଥ ଜମି ଓ ରେଳବାଇ ଜମି ଉପରେ ଥିବା ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରିବା ନିମନ୍ତେ ପୌରପରିଷଦ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବସ୍ତି ଓ ବସ୍ତି ବାସିନ୍ଦାଙ୍କ ନାମ ତାଲିକା ସର୍ବସାଧାରଣରେ ପ୍ରକାଶ କରିବା । ରାଜ୍ୟସରକାରଙ୍କ ଜମି ଉପରେ ରହିଥିବା ବସ୍ତିରେ ଯେଉଁ ପରିବାର ଗୁଡିକୁ ଏଲଆରସି ଓ ଏଲଇସି ସାର୍ଟିଫିକେୟ ଦିଆଯାଇ ଥଇଥାନ କରାଯାଉ । ସେମାନଙ୍କ ତାଲିକା ସାଧାରଣରେ ପ୍ରକାଶ କରିବା ନେଇ ଅନିର୍ଦ୍ଧିଷ୍ଟ ପାଇଁ ଧାରଣା ଦେଇଛନ୍ତି ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟି ଓ ବସ୍ତି ବାସିନ୍ଦା ମାନେ ।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୧-----୬,୧୦
Sakhigopal News, 9/10/2021