ads

Breaking News

ତହସିଲ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ଆଇନଜିବୀ, ପୁଣି ବିବାଦ ଘେରରେ ଜଟଣୀ ତହସିଲଦାର


 ଜଟଣୀ---- ଜଟଣୀ ତହସିଲ କାର୍ଯ୍ୟାଳୟରେ ହେଉଥିବା ମନମୁଖୀ କାର୍ଯ୍ୟ ଏବଂ ତହସିଲଦାର ତପନ ମହାପାତ୍ରଙ୍କ ଜନସାଧାରଣମାନଙ୍କ ପ୍ରତି କଟୁ ଭାଷାକୁ ନେଇ ଆଇନଜିବୀ ମାନେ ତହସିଲ କାର୍ଯ୍ୟାଳୟର ମୂଖ୍ୟ ଫାଟକକୁ ତାଲାପକାଇ ଜନସାଧାରଣ =ମାନଙ୍କୁ ନ୍ୟାୟ ଦେବାଲାଗି ଆନ୍ଦୋଳନ କରିଥିଲେ । ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ବିଗତ ଦିନରେ ଜଟଣୀ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ନିଯୁକ୍ତ ହୋଇଥିଲେ । ସେଠାରେ ପୈାରକର୍ମଚାରୀ ଏବଂ ସଫେଇ କର୍ମଚାରୀମାନଙ୍କ ଇପିଏଫ ଓ ଇସଆଇ ସହିତ ଦରମା ଇତ୍ୟାଦିରେ ସମସ୍ୟା ସୃଷ୍ଟି କରିଥିଲେ । ସେ ସମୟରେ ପୈାରକାର୍ଯ୍ୟାଳୟର ଜଣେ ଅପାରଗ ଅଫିସରଭାବେ ପରିଚୟ ସୃଷ୍ଟି କରିଥିଲେ ବୋଲି ଜଟଣୀରେ ବେଶ ଜଣାଶୁଣା ବୋଲି ଳୋକମାନେ କହନ୍ତି । ନିଜ କାର୍ଯ୍ୟରେ ଅବହେଳାକୁ ନେଇ ତପନ କୁମାର ମହାପାତ୍ରଙ୍କୁ ସଫେଇ କର୍ମଚାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ରଖିଥିଲେ । ତେବେ ଏହାର କିଛିଦିନ ପରେ ମହାଶୟଙ୍କୁ ଜଟଣୀଭଳି ଗୁରୁତ୍ୱପୁର୍ଣ୍ଣ ପାଇଲଟ ତହସିଲ କାର୍ଯ୍ୟାଳୟକୁ ତହସିଲଦାର ଭାବେ ନିଯୁକ୍ତ କରାଯାଇଥିଲା । ମାତ୍ର ତହସିଲଦାର ଭାବେ ନିଯୁକ୍ତ ହେବାର କିଛିଦିନ ପରେ ଛୁଟିଦିନରେ ଜମିପଟ୍ଟା ବାଣ୍ଟି  ବିଭିନ୍ନ ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ରାସ୍ତାରୋକୋ ଏବଂ ଜନଆନ୍ଦୋଳନ ହୋଇଥିଲା । ଏଥି ସହିତ ଜନସାଧାରଣ ମାନଙ୍କ ଲାଗି ସରକାରୀ ରାସ୍ତାକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ପାଚେରିକୁ ହଟାଇବାଲାଗି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ହେୟ କରିଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା କାର୍ଯ୍ୟାଳୟ ଘେରାଉ ହେବା ଘଟଣା ଅଂଚଳବାସୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲା । ସେହିପରି ଉଚ୍ଚନ୍ୟାୟାଳୟରେ ବିଚାରଧୀନ ରହିଥିବା ଜମିଜୁମା ମାମଲାରେ ହିତାଧୀକାରୀଙ୍କୁ ପଟ୍ଟା ଯୋଗାଇଦେବା ଇତ୍ୟାଦି ଶହଶହ ଅଭିଯୋଗ ପୁର୍ବରୁ ରହିଆସିଛି =ତହସିଲଦାରଙ୍କ ନାମରେ । ବିନା ଲାଚଂରେ କୈାଣସି କାର୍ଯ୍ୟ ତହସିଲରେ ହେଉନଥିବା ଘଟଣାକୁ ନେଇ ଆଜି ଜଟଣୀ ତହସିଲ କାର୍ଯ୍ୟାଳୟ ପରିସରରେ ଆଇନିଜିବୀମାନେ ଉତେଜିତ ହୋଇ କାର୍ଯ୍ୟାଳୟ ମୂଖ୍ୟ ଫାଟକରେ ତାଲା ପକାଇ ତହସିଲଦାରଙ୍କୁ  କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବାକୁ ଦେଇନଥିଲେ । ଜଟଣୀ ତହସିଲ ଅଧିନସ୍ଥ ବିଭିନ୍ନ ଅଂଚଳରୁ  ଆସିଥିବା ଲୋକମାନଙ୍କର କୈାଣସି କାର୍ଯ୍ୟ କାହିଁକି ଏବଂ ବିନା ଲାଚଂରେ କରୁନଥିବାର କାରଣ ପଚାରିଥିଲେ । ହେଲେ ଏନେଇ ତହସିଲଦାର = ନିକଟରେ ଏହାର କୈାଣସି ଉତର ନଥିବାରୁ  ଆଇନଜିବୀ ଏବଂ ନିଜ କାର୍ଯ୍ୟପାଇଁ ଦୁରଦୁରାନ୍ତରୁ ଆସିଥିବା ମହିଳା ଓ ପୁରୁଷମାନେ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଥିଲେ । ତେବେ ଏନେଇ ଦିର୍ଘ ସମୟ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଖବରପାଇ ଜଟଣୀପୁଲିସ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀ ଜନସାଧାରଣ ଏବଂ ଆଇନଜିବୀମାନଙ୍କୁ ବୁଝାସୁଝା କରିଥିଲା । ଏଥି ସହିତ ଆଗାମୀ ଦିନରେ ଏଭଳି କୈାଣସି ସମସ୍ୟା ହେବ ନାହିଁ ବୋଲି ତହସିଲଦାର ଆନ୍ଦୋଳନ =କାରୀମାନଙ୍କୁ କହିବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏନେଇ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗଗୁଡିକ ସଂପୁର୍ଣ୍ଣ ଭିତିହୀନ ଏବଂ ମିଥ୍ୟା । ଯେଉଁସବୁ  କାର୍ଯ୍ୟଗୁଡିକ ସ୍ଥଗିତ ରଖାଯାଇଛି ସେଥିରେ କିଛି ସମସ୍ୟା ରହିଥିବାରୁ ପଡିରହିଛି ବୋଲି କହିଛନ୍ତି । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୦/୨୦୨୧--- ୧୦,୨୫  

Sakhigopal News, 11/10/2021


ads

Blog Archive