୫୭ତମ ମାସିକ ଭଞ୍ଜ ସଙ୍ଗୀତ ଆସର
ଭଞ୍ଜନଗର - ଆନନ୍ଦ ସଙ୍ଗୀତାୟନର ୫୭ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁଶ୍ରୀ ରଙ୍କନିଧି ବେହେରା, ଗୁରୁଶ୍ରୀ କାଳୁ ସାହୁ ଏବଂ ସଂସ୍କୃତିରତ୍ନ ନାରାୟଣ ମହାରଣା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଏହି ସଂଗୀତ ସନ୍ଧ୍ୟାର ଉଦ୍ଘାଟନ କରିଥିଲେ । ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଏହି ତିନିଜଣ ଗୁରୁଙ୍କୁ ଏହି କାର୍ଯ୍ୟକ୍ରମରେ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଉପସଭାପତି ଜଗଦିଶ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଙ୍ଗୀତ ପରିବେଷଣ କରିଥିଲେ ରଶ୍ମିତା ଭୂୟା, ସ୍ନିଗ୍ଧାରାଣୀ ଗୌଡ଼, ସୁଧାଂଶୁରାଣୀ ଜେନା, ଅଶୋକ ସ୍ୱାଇଁ, ଟୁନା ଡ଼ାକୁଆ, ରଙ୍କନିଧି ଗୌଡ଼ ଏବଂ ଅଶୋକ ମହାପାତ୍ର ଭଂଜ ସଙ୍ଗୀତ ପରିବେଷଣ କରିଥିଲେ । ମର୍ଦ୍ଦଳ ଏବଂ ତବଲାରେ ଦିବାକର ପ୍ରଧାନ, ଶ୍ରୀମାନ ସାଗର ନାୟକ, ଭୀମସେନ ମହାକୁଡ଼ ଚମତ୍କାର ବାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଶିଳ୍ପୀ ତଥା ସଂଗୀତ ପ୍ରେମି ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ କାମନା କରିଥବଲେ । ଶେଷରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୦/୨୦୨୧ ---୪,୪୦
Sakhigopal News,12/10/2021



