ads

Breaking News

୫ଗୋଟି ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ


  ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ଅଳଗୁମ, ମଧୁବନ, ନୁଆସମେଶ୍ୱରପୁର, ଦାସବିଦ୍ୟାଧରପୁର  ଓ ସାଣ୍ଢରା ଶାସନ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସ୍ମାର୍ଟ ହେଲେଥ କାର୍ଡ  ବଣ୍ଟନର ଶୁଭାରମ୍ଭ କଲେ ସ୍ଥାନୀୟ  ବିଧାୟକ ଉମାକାନ୍ତ ସାମନ୍ତରାୟ ।   ବିଭିନ୍ନ ପଞ୍ଚାୟତରେ ବିଧାୟକଙ୍କୁ ବିଜେଡି କର୍ମୀ ମାନେ ବାଜା ବାଣ ବଜାଇ ଏକ ପଟୁଆରରେ ସଭା ତ୍ସଳକୁ ପାଛୋଟି ଆଣିଥିଲେ । ମୁଖ୍ୟ ଅତିଥି ଭାବେ  ବିଧାୟକ ଶ୍ରୀ  ସାମନ୍ତରାୟ ଯୋଗ ଦେଇ ସ୍ମାର୍ଟ କାର୍ଡ ସମ୍ପର୍କରେ ଉପସ୍ଥିତ ଥିବା ମହିଳା ଓ ପୁରୁଷ  ମାନଙ୍କୁ ବୁଝାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । ସବୁ ଯୋଜନା ଠାରୁ ଏହି ଯୋଜନା ଆଗରେ ବୋଲି କହିଛନ୍ତି । ଏହି ବଣ୍ଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି  ଦେବାଶିଷ ରାୟ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସମାଜସେବୀ ଶଙ୍କର ପ୍ରଧାନଙ୍କ ସହିତ  ବିଭିନ୍ନ ସରପଞ୍ଚ .  ସମିତିସଭ୍ୟସଭ୍ୟା ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।  ବିଡିଓ କ୍ଷୀରୋଦ କୁମାର ବେହେରା  କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।  ଅଙ୍ଗନୱାଡି କର୍ମୀ, ଆଶା ଦିଦି ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହିତ ପଞ୍ଚାୟତ ଅଧିକାରୀ ମାନଙ୍କ ସହଯୋଗରେ ଏହି କାର୍ଡ ବଣ୍ଟନ କରାଯାଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୦/୨୦୨୧----୭,୫୦  

Sakhigopal News, 17/10/221

ads

Blog Archive

Popular Posts