ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ତାଲିମ ଶିବିର ଉଦଘାଟିତ
ଭଞ୍ଜନଗର---- ସ୍ଥାନୀୟ କେ ଏସ୍ ୟୁ ବି କଲେଜ ପରିସରରେ ୩ ଦିନ ଧରି କ୍ଲଷ୍ଟର୍ ସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଲେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ଵେଚ୍ଛାସେବୀ ମାନେ ତାଲିମ ରୁ ଯାହା ଶିଖି ଯିବେ ତାହାକୁ କାର୍ଯ୍ୟରେ ଲଗାଇଲେ ଶିବିର ର ଉଦ୍ଧେଶ୍ୟ ସାଧନ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ଵାନ କରିଥିଲେ। କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ, ଜଗନ୍ନାଥପ୍ରସାଦ କଲେଜ ଯୁବ ରେଡକ୍ରସ ସଂଯୋଜକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି , କେ ଏସ୍ ୟୁ ବି କଲେଜ ସଂଯୋଜକ ପ୍ରାଧ୍ୟାପକ ବଦ୍ରିନାରାୟଣ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କେ ଏସ୍ ୟୁ ବି କଲେଜ ସଂଯୋଜିକା ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ସ୍ଵାଗତ ଭାଷଣ ଦେଇଥିଲେ । ଛାତ୍ରୀ ଆଶା ରାଣୀ ସାହୁ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଯୁବ ରେଡକ୍ରସ ସଂଯୋଜକ ଡଃ ରବିନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ବିଡିପୁର କଲେଜ ସଂଯୋଜକ ମନୋଜ କୁମାର ଦାସ, କେନ୍ଦୁପଦର କଲେଜ ସଂଯୋଜକ ହରି ଶଙ୍କର ପାଣ୍ଡେ , ସାବିତ୍ରୀ ମହିଳା ମହାବିଦ୍ୟାଳୟ ସଂଯୋଜିକା ଅଧ୍ୟାପିକା ରଶ୍ମିତା ବେହେରା, ବେଲଗୁଣ୍ଠା ଡିଗ୍ରୀ କଲେଜର ସଂଯୋଜକ ଅଧ୍ୟାପକ ସପନ କୁମାର ପ୍ରଧାନ, ଅଧ୍ୟାପକ ବାବୁଲା ପ୍ରଧାନ, କର୍ମଚାରୀ କୈଳାଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୧--- ୮,୪୦
Sakhigopal News,17/10/2021



