ads

Breaking News

ଜୁଆ ଆଡ୍ଡା ଉପରେ ଚଢ଼ଉ: ୪ଗିରଫ ,୪,୧୦୦ ଟଙ୍କା ଜବତ

ଭଞ୍ଜନଗର-- ଜୁଆ ଖେଳ ଚାଲିଥିବା ଖବର ପାଇ ତାରସିଂ ଥାନା ପୋଲିସ ଚଢ଼ାଉ କରିଥିଲେ । ୪ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୧୦୦ ଟଙ୍କା ଜବତ କରାଯାଇଛି । ତାରସିଂ ଥାନା ଅନ୍ତର୍ଗତ ଅରଖପଲ୍ଲୀ ଗ୍ରାମରେ ଚାଲିଥିଲା ଜୁଆଖେଳ । ଏନେଇ ସୂଚନା ଦେଇଛନ୍ତି ତାରସିଂ ଥାନାଧିକାରୀ ପ୍ରଦିପ୍ର କୁମାର ଦାଶ। ଏତେ କଟକଣା ସତ୍ୱେ ବି ଜୁଆଖେଳ ଭଳି ହିନ ମାନସିକତା ଠାରୁ ଦୂରେଇ ପାରୁ ନାହାଁନ୍ତି ଲୋକେ । ବିଶେଷ କରି ଗ୍ରାମାଞ୍ଚଳରେ ଜୁଆଏଭଳି ଅଭ୍ୟାସ ଏବେବି ଜାରି ରହିଛି । ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମଧ୍ୟ ଜୁଆଡିଆଙ୍କ ଚିନ୍ତାଧାରା ବଦଳୁ ନାହିଁ । ଏଣୁ ଏ ଦିଗରେ ଜୁଆଡିଙ୍କ ମାନସିକତା ପରିବର୍ତ୍ତନ ନହେଲେ ଆସନ୍ତା ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥିନାଧିକାରୀ ଶ୍ରୀ ଦାଶ କହିଛନ୍ତି।ଏହି ଅଞ୍ଚଳରରେ ଜୁଆଆଡା ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇ ତାରସିଂ ପୁଲିସ ପକ୍ଷରୁ ପେଟ୍ରୋଲିଂ କଡାକଡି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଥିବା ବେଳେ ଏହି ପେଟ୍ରୋଲିଂ କୁ ନେଇ ଜୁଆଡିଆଙ୍କମନରେଭୟ ଦେଖିବାକୁ ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୧----୧୦,୨୦ Sakhigopal News,17/10/2021

ads

Blog Archive

Popular Posts