ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ.. ପାଞ୍ଚଘଣ୍ଟା ଧରି ରାସ୍ତାରୋକ , ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ
ଭଞ୍ଜନଗର– ରାସ୍ତା କଡ଼ରେ ଛିଣ୍ଡିପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନାବାଳକ ର ମୃତ୍ୟୁ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆମ୍ବଡୋଳି ଗାଁ ନିକଟରେ । ଭଂଜନଗର – ବ୍ରହ୍ମପୁର ରାସ୍ତା କଡ଼ରେ ଘଟିଛି ଏଭଳି ଘଟଣା । ମୃତ ନାବାଳକ ଜଣକ ହେଲେ ଆମ୍ବଡୋଳି ଗାଁର ଅମର ସ୍ବାଇଁ ଙ୍କ ପୁଅ ଲିପୁ ସ୍ବାଇଁ । ଘଟଣା ପରେ ସ୍ଥାନୀୟ ଲୋକେ ଭଂଜନଗର – ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ । ସୂଚନା ପ୍ରକାରେ , ମୁଖ୍ୟ ରାସ୍ତା କଡ଼କୁ ଲିପୁ ଶୈ।ଚ ହେବାପାଇଁ ଯାଇଥିଲେ । ସେହି ରାସ୍ତାକଡରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେଠାରେ ଛିଣ୍ଡି ପଡ଼ିଥିଲା । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ନାବାଳକ ର ମୃତ୍ୟୁ ହୋଇଥିଲା । ପରିବାର ଓ ଗ୍ରାମବାସୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି , ଗାଙ୍ଗପୁର ଥାନା ପୋଲିସ କୁ ଖବର ଦେଇଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଭଂଜନଗର – ବ୍ରହ୍ମପୁର ରାସ୍ତା ରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ପୋଲିସ, ବେଲଗୁଣ୍ଠା ତହସିଲଦାର ଓ ବିଦ୍ୟୁତ ବିଭାଗରେ କର୍ମଚାରୀ ମାନେ ପହଞ୍ଚି ମୃତକଙ୍କ ପରିବାର ଓ ଗ୍ରାମବାସୀ ଙ୍କ ସହ ସ୍ଥାନୀୟ କଣ୍ଟେଇପଲ୍ଲୀ ପୋଲିସ ବିଟ୍ ହାଉସ୍ ରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଓ ସଂପର୍କୀୟ ଙ୍କ ସମେତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗଦିଶ୍ ଦାସ୍ ମହାପାତ୍ର , ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସ , ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା , କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୈାଡ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ରହିଥିଲେ । ଆଇନ ଅନୁଯାୟୀ କ୍ଷତିପୁଣ ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ କହିଥିବା ବେଳେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବାପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ରେଡକ୍ରସ ପାଣ୍ଠିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ପଞ୍ଚାୟତ ପକ୍ଷରୁ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଏହାପରେ ୫ ଘଣ୍ଟା ଧରି ଚାଲିଥିବା ରାସ୍ତା ଅବରୋଧ ହଟିଥିଲା । ଫଳରେ ଅଟକି ରହିଥିବା ବହୁ ସଂଖ୍ୟକ ଯାତ୍ରୀବାହି ବସ୍ ଓ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା । ଆଲୋଚନା ଶେଷରେ ଗାଙ୍ଗପୁର ଥାନା ପୋଲିସ , ମୃତ ଦେହ କୁ ଜବତ କରି , ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲ କୁ ପଠାଇ ଘଟଣା ର ତଦନ୍ତ ଚଳାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୧ --୧୦,୧୦ Sakhigopal News,17/10/2021




