ପଥପ୍ରାନ୍ତ ସଭା ମାଧ୍ୟମରେ ୬୭ ତମ ବନପ୍ରାଣୀ ସପ୍ରାହ ପାଳିତ
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ କାର୍ଯ୍ୟଳୟ ଠାରେ ୬୭ ତମ ବନ ପ୍ରାଣୀ ସପ୍ତାହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ତାରସିଂ ବନପାଳ ଦିଲ୍ଲୀପ କୁମାର ଦାଶ ସଂଯୋଜନା କରିଥିବା ବେଳେ ତାରସିଂ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଗାୟାଗଣ୍ଡା ବନପାଳ ମାନସସରଂଜନ ପ୍ରଧାନ,ମାଣପୁରୁ ବନପାଳ କୃଷ୍ଣ ନାହକ,ବନପ୍ରେମୀ ବିଜୟ ପ୍ରଧାନ,ବନରକ୍ଷୀ ପ୍ରମୋଦିନି ପ୍ରଧାନ,ରସାନନ୍ଦ ପ୍ରଧାନ, ବନ ସଂଯୋଜକ ସଂଞ୍ଜୟ ମିଶ୍ର,ବନ ସୁରକ୍ଷା ସମିତି ର ସଭାପତି, କୋଷାଧକ୍ଷ, ଗ୍ରାମ୍ୟ ବନ ସହାୟକ, ସ୍କ୍ୱାର୍ଡ,ସହଯୋଗୀ ସଂସ୍ଥା ସ୍ୱାତୀ ର କର୍ମଚାରୀ ଏବଂ ବନ ପ୍ରାଣୀ ପୁରସ୍କାର ପ୍ରାପ୍ତ ବିଜୟ ପ୍ରଧାନ ଉପସ୍ଥିତ ଥିଲେ । ଜଙ୍ଗଲ, ପ୍ରାଣୀ ଓ ମଣିଷ ପରସ୍ପର ପରିପୂରକ କିନ୍ତୁ ଗୋଟିଏ ଅଭାବ ସୃଷ୍ଟି ହେଲେ ପରିବେଶ ସନ୍ତୁଳିତ ହେବାରେ ଅଧିକ ସମ୍ଭାବନା ରହିଛି । ତେଣୁ ଜଙ୍ଗଲ ଓ ବନ ପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ ବର୍ତ୍ତମାନ ସମୟରେ ଅଧିକ ଜରୁରୀ ହୋଇପଡିଛି । ଉପସ୍ଥିତ ଥିବା ଜନସାଧାରଣ ଓ ଅଧିକାରୀ ମାନେ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଇଥିଲେ । ଶେଷରେ ବନ ସୁରକ୍ଷା ସମିତି ର ସଭାପତି ମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଏହି ବନପ୍ରାଣୀ ଦିବସ କୁ ତାରସିଂ ବନାଞ୍ଚଳ କାର୍ଯ୍ୟଳୟରୁ ବାହାରି ବିଭିନ୍ନ ଗ୍ରାମକୁ ଯାଇ ପଥପ୍ରାନ୍ତ ମାଧ୍ୟମରେ ବନ୍ୟପ୍ରାଣୀ କିପରି ଚଳପଚଳ କରିବେ ଓ ସେମାନଙ୍କ ସୁରକ୍ଷା କିପରି କରାଯିବ ତାରି ଉପରେ ଆଲୋଚନା କରାଯାଇଥିଲା । ଏହି ପଥପ୍ରାନ୍ତ ଘୋଗଡ ଠାରେ ସମାପ୍ତ କରାଯାଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧ Sakhigopal News,8/10/2021




