ଲୁଟେରାଙ୍କ ନୂଆଁ ତରିକା.ପିଜୁଳି କିଣିବା ବାହାନାରେ ମହିଳାଙ୍କୁ ବ୍ଳେଡ୍ ରେ ଆକ୍ରମଣ ; ସୁନାଗହଣା ଝାମ୍ପିନେଲେ ଦୁର୍ବୃତ୍ତ
ଭଞ୍ଜନଗରରୁ---- ମାତିଲେ ଲୁଟେରା , ପିଜୁଳି କିଣିବା ବାହାନା କରି , ମହିଳାଙ୍କ ଘରକୁ ଗଲେ । ବେକରୁ ସୁନାଗହଣା ଝାମ୍ପି ନେଲେ । ତଥାପି ସେତିକିରେ ମନ ମାନିଲାନି , ଏକ ବ୍ଳେଡ୍ ସାହାଯ୍ୟରେ ମହିଳାଙ୍କ ହାତକୁ କାଟି ଲହୁଲୁହାଣ କରିଦେଲେ ଦୁଇଜଣ ଦୁର୍ବୃତ୍ତ । ଆହତ ମହିଳା ଜଣକ ଏବେ ମେଡିକାଲରେ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ହେଲେ , ସୁଲୋଚନା ଦଳାଇ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଆମ୍ବପୁଆ - ପଥରାପଲ୍ଲୀ ଗାଁ ନିକଟ ମୁଖ୍ୟ ରାସ୍ତା କଡ଼ରେ ସୂଲୋଚନା ନାମକ ଜଣେ ମହିଳା ପିଜୁଳି ବିକ୍ରି କରୁଥିଲେ । ତାଙ୍କ ସ୍ବାମୀ ଗୋପାଳ ଦଳାଇ ନିକଟସ୍ଥ ବେଲଗୁଣ୍ଠା କୁ କୈାଣସି କାମରେ ଯାଇଥିଲେ । ଏହି ସମୟ ରେ ମହିଳା ଜଣକ ଏକାକୀ ଥିଲେ । ଦୁଇଜଣ ଅଜଣା ଯୁବକ ଏକ ସ୍କୁଟି ରେ ପହଞ୍ଚି ଭଲ ପିଜୁଳି ମାଗିଥିଲେ । ଏହିସମୟରେ ମହିଳା ଜଣକ ପିଜୁଳି ଆଣିବାକୁ ଘରକୁ ଯାଇଥିଲେ । ଦୁଇ ଯୁବକ ମହିଳାଙ୍କ ପଛେ ପଛେ ଘରଭିତରେ ପଶି ମହିଳା ଙ୍କ ବେକରୁ ସୁନାଚେନ୍ ଛଡ଼ାଇ ନେଇଥିଲେ । ମହିଳା ଜଣକ ପ୍ରତିବାଦ କରିବାରୁ ଏକ ବ୍ଳେଡ୍ ରେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାପରେ ଦୁଇ ଜଣ ଯୁବକ ଫେରାର ହୋଇଯାଇଥିଲେ । ଆହତ ଅବସ୍ଥାରେ ଛଟପଟ ହେଉଥିବା ସୁଲୋଚନା ଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ବେଲଗୁଣ୍ଠା ଥାନା କୁ ଖବର ଦେଇଥିଲେ । ଆହତ ଅବସ୍ଥାରେ ମହିଳା ଜଣଙ୍କୁ ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାମୀ ଙ୍କ କହିବା ପ୍ରକାରେ ଗତ ଚାରିଦିନ ହେଲା ଦୁଇଜଣ ଯୁବକ ସଂପୃକ୍ତ ସ୍ଥାନରେ ଚକ୍କର ମାରୁଥିଲେ । ଏହି ଘଟଣା ପଛରେ ଉକ୍ତ ଯୁବକଙ୍କ ଦ୍ବାରା ଘଟିଥାଇପାରେ ବୋଲି ସ୍ବାମୀ ଗୋପାଳ ଦଳାଇ କହିଛନ୍ତି । ତେବେ ବେଲଗୁଣ୍ଠା ଥାନା ପୋଲିସ , ଭଂଜନଗର ମେଡିକାଲ ରେ ପହଞ୍ଚି ଆହତ ମହିଳାଙ୍କୁ ପଚାରି ବୁଝିଥିଲେ । ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି ପୋଲିସ । କିଛି ଦିନର ନୀରବତା ପରେ , ଦୁର୍ବୃତ୍ତ ମାନେ ପୁଣି ସକ୍ରିୟ ହେଇଥିବା ବେଳେ ପାର୍ବଣ ସମୟରେ ଏଭଳି ଲୁଟେରା ଗୋଷ୍ଠୀ ର ଦୈ।ରାତ୍ମ୍ୟ ଏବେ ଜନସାଧାରଣ ଓ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଧରାଯିବ ବୋଲି, ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୧----୯,୩୦ Sakhigopal News,10/10/2021



