ads

Breaking News

ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ବୈଠକ


ପୁରୀ----  ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର  କାର୍ଯ୍ଯକାରିଣୀ ବୈଠକ ସ୍ଥାନିୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ ସହରର 23ଜଣ କାର୍ଯ୍ଯରତ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧାରେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ । ସଭାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ଯ ସଭାପତି ବିଭୁତିଭୁଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ଯରେ ବଢି ଚାଲିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କରିଥିଲେ।  ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ଏନେଇ  ଭୁବନେଶ୍ୱର ଠାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀକର କହିଛନ୍ତି। ଅନ୍ଯମାନଙ୍କ ମଧ୍ଯରେ ରାଜ୍ଯ ସଂଘର ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ ବୈଠକରେ ସଂଯୋଜନା କରିଥିଲେ । ବରିଷ୍ଠ ସାମ୍ବାଦିକ ଇପଶିତ ପ୍ରତିହାରୀ, ସଞ୍ଜୟ ପତି,ଧିରେନ୍ଦ୍ର ସେନାପତି,କମଳଲୋଚନ ଦୀକ୍ଷିତ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,ମାନସ ରଞ୍ଜନ ଦାଶ,ସରୋଜ କୁମାର ବେହେରା, ଅବନୀ ଭୂଷଣ ବାରିକ,ସୁରେଶ କୁମାର ମହାନ୍ତି, ଆଦିତ୍ଯ କୁମାର ରାଉତ ଓ ପୂର୍ଣ୍ଣାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ଓ ଗଠନ ମୂଳକ କାର୍ଯ୍ଯ ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପେସାଦାର ସାମ୍ବାଦିକ ସଂଘ ର ନୂତନ କାର୍ଯ୍ଯକର୍ତ୍ତାଙ୍କ ନାମକୁ ଜିଲ୍ଲା ସଭାପତି ଘୋଷଣା କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
 ଧୀରେନ୍ଦ୍ର ସେନାପତି,୨୫/୮/୨୦୨୧---୮,୨୫  
Sakhigopal News,25/8/2021

ads

Blog Archive

Popular Posts