ads

Breaking News

ବିଭିନ୍ନ କେସରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ


ରଣପୁର ----- ଚାନ୍ଦପୁର ଥାନା ପୋଲିସ ବିଭିନ୍ନ ମାମଲା ରେ ଅପରାଧିଙ୍କୁ ଧରପଗଡ ଜୋରଦାର କରିଛନ୍ତି ।   ୩ ଗୋଟି ଭିନ୍ନ ମାମଲାରେ ୪ ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତ ଙ୍କୁ ଭିନ୍ନ ଭିନ୍ନ ମାମଲା ରେ କୋର୍ଟ ଚାଲାଣ କରି ନୟାଗଡ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛି ।କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ମାନେ ହେଲେ ଗଣେଷ ବେହେରା ଯେ କି ଚାନ୍ଦପୁର ଅଂଚଳର ଉଲ୍ଲାସ ସାହୁ , ଦାଶରଥି ସାହୁ ଓ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜାଲିଆତି କରି ନିଜ ବ୍ୟାଙ୍କ ଖାତା କୁ ଉଠାଇ ନେଇ ଫେରାର ହୋଇଥିଲା । ୬ ମାସ ପରେ ଚାନ୍ଦପୁର ପୋଲିସ ତାକୁ ଚିହ୍ନଟ କରି ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଂଚଳ ରୁ ଗିରଫ କରିଥିଲା ।
ଚାନ୍ଦପୁର ଥାନା ଅଂଚଳ ର ଜଣେ ନାବାଳିକା କନ୍ୟା କୁ ରାଜସୁନାଖଳା ର ଦିବ୍ୟଜ୍ୟୋତି ନାୟକ ଓରଫ୍ ରିଙ୍କୁ ଅପହରଣ କରି ନେଇଯାଇଥିଲା । ସେ ବାରିପଦା ଅଂଚଳ ରେ ରହୁଥିବା ବେଳେ ପୋଲିସ ତାକୁ ଟ୍ରାକ କରି ଭୂବନେଶ୍ୱର ଖଣ୍ଡଗିରି ଥାନା ଅଂଚଳ ରୁ ଗିରଫ କରି ନାବାଳିକା କୁ ମଧ୍ୟ ଉଦ୍ଧାର କରିଥିଲା । ଅଭିଯୁକ୍ତ ଦିବ୍ୟଜ୍ୟୋତି ଜଣେ ଦୁର୍ଦାନ୍ତ ଅପରାଧି ବମ୍ ପକାଇବା , ଛିନ୍‌ତାଇ କରିବା ଓ ଡକାୟତି କରିବା ଆଦି ମାମଲା ରେ ଜଡିତ ଥିବା ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସେହିଭଳି ଭାବରେ ଚାନ୍ଦପୁର ଅଂଚଳ ର ଜଣେ ଯୁବତୀ ଙ୍କ ଫଟୋ ଭାଇରାଲ୍ କରିବାର ଅଭିଯୋଗ ୬ ଘଣ୍ଟା ଭିତରେ ପୋଲିସ ଖଣ୍ଡିଆବନ୍ଧ ର ଉମାକାନ୍ତ ସ୍ୱାଇଁ ଓ ରାଇପଡା ର ରାକେଶ ରଣସିଂହ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ରଣପୁର ରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ,୨୨/୮/୨୦୨୧---୮,୨୫ Sakhigopal News, 22/8/2021

ads

Blog Archive

Popular Posts