ads

Breaking News

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନଅ ମାସ ପୂର୍ତ୍ତି ଉପଲକ୍ଷେ ଡେଲାଙ୍ଗରେ ସଭା


 ଡେଲାଙ୍ଗ ------ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନଅ ମାସ ପୁରିଗଲା । ଏହି ଅବସରରେ ଡେଲାଙ୍ଗ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ବେରବୋଇ  କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ଆଣିଥିବା ତିନି କୃଷି କଳା ଆଇନ ଦ୍ୱାରା ଜନସାଧାରଣ ବିଶେଷକରି ଚାଷୀ କୂଳ ସବ୍ୱର୍ସାନ୍ତ ହେଉଛନ୍ତି ବୋଲି ତାଙ୍କ ମନ୍ତବ୍ୟରେ କହିଥିଲେ । ଏଣୁ ଏହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଯୋରଦାର କରିବା ପାଇଁ ଶ୍ରୀ ଦାସ କହିଥିଲେ ।ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ଦୀନବନ୍ଧୁ ପରିଡା, ରାଜ କିଶୋର ଆଳୁକ, ଗଙ୍ଗାଧର ପ୍ରଧାନ, ବଟକୃଷ୍ଣ ସ୍ୱାଇଁ, ପଦ୍ମଚରଣ ଜେନା, ଗୋଲକ ବରାଳ ପ୍ରମୁଖ  କର୍ମମାନେ ଯୋଗଦେଇ ଆନ୍ଦୋଳନକୁ ଯୋରଦାର କରିବା ପାଇଁ ଜନସାଧାରଣଙ୍କୁ ନିବଦେନ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୮/୨୦୨୧---୮,୨୫ Sakhigopal News,26/8/2021

 Sakhigopal News, 26/8/2021

ads

Blog Archive

Popular Posts