ads

Breaking News

ଗାଙ୍ଗପୁର ପଞ୍ଚାୟତର ତିନି ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ଘର ଦେବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର


ଭଞ୍ଜନଗର- ସରକାରୀ ସ୍ତରରେ ବାସହୀନ ଲୋକଙ୍କ ପାଇଁ ଘର ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ମାତ୍ର ତାହା କେବଳ କାଗଜ ପତ୍ର ରେ ରହିଯାଇଛି । ହାତ ଗୁଞ୍ଜା ନ ଦେଲେ ବା ଦଳୀୟ ପତକା ନ ଧରିଲେ ନଚେତ ବାବୁ ମାନଙ୍କୁ ଜିନ୍ଦାବାଦ ନ କଲେ ଆବସ ଯୋଜନାରୁ ବାଦ ପଡ଼ିବ ।  ସଠିକ୍ ଯାଞ୍ଚ କରି ସରକାରୀ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ବୋରୀ,ନୁଆ ବୋରି ଏବଂ ଚଢିଆପଲ୍ଲୀ ଗ୍ରାମର ୨୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ସମୟରେ ସେମାନଙ୍କ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆର୍କଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଖରା ବର୍ଷା ଶୀତ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୟନୀୟ ଭାବେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଘରଟିଏ ମିଳିପାରିନି ବୋଲି କହନ୍ତି । ସେମାନଙ୍କ ପରିସ୍ଥିତି ସଂର୍ପକରେ ଅଧିକାରୀ ମାନେ ଯାଞ୍ଚ କରି ତଥ୍ୟ ନେଉଥିବା ବେଳେ ସହାୟତା ମିଳି ନଥିବା ପ୍ରକାଶ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଳେ ଭଲରେ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଆବାସ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଆଜି ଗାଙ୍ଗପୁର ସମିତି ସଭ୍ୟ ତୁଷାର ବିଷୋୟୀଙ୍କ ନେତୃତ୍ୟରେ ତିନୋଟି ଗ୍ରାମର ଅଜିତ କୁମାର ବିଷୋୟୀ, ପ୍ରଶାନ୍ତ କୁମାର ବିଷୋୟୀ,ଶଙ୍କର ବିଶ୍ୱାଳ, ସୁମନ୍ତ ବିଷୋୟୀ, ରୁନୁ ଜେନା,ଦାମୋଦର ବିଷୋୟୀ, ଟୁଟୁ ସେଠି,ତୁଳା ବିଷୋୟୀ, କାଳିଆ ସେଠି,ପୂର୍ଣ୍ଣବାସୀ ପ୍ରଧାନ, ଗୀତାଞ୍ଜଳି ବିଷୋୟୀ,ବାବୁଲା ନନ୍ଦ, ଉର୍ମିଳା ବିଷୋୟୀ ,ବୃନ୍ଦାବନ ବିଶ୍ୱାଳ ଓ ଜହଲା ବିଶ୍ୱାଳ ଙ୍କ ସମେତ ବହୁ ହିତାଧିକାରୀ ଆସି ଲିଖିତ ଭାବେ ଗୁହାରି ଜଣାଇଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୮/୨୦୨୧ ----୫,୨୦    Sakhigopal News--- 24/8/2021

ads

Blog Archive

Popular Posts