ads

Breaking News

କଂଗ୍ରେସ କମିଟି ପକ୍ଷରୁ ଡାଲବ ପଞ୍ଚାୟତ ର ସାଂଗଠନିକ ବୈଠକ

 
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଡାଲବ ପଞ୍ଚାୟତରେ 9 ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଡାଲବ ପଂଚାୟତ ର ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ।  ଡାଲବ ପଞ୍ଚାୟତ କଂଗ୍ରେସ ର ସଭାପତି ଭାବେ ବୀରସେନ ଖମାରୀଙ୍କୁ ମନୋନୀତ କରାଯାଇଛି। ବ୍ଲକ ସଭାପତି କଂଗ୍ରେସ କର୍ମୀ ମାନଙ୍କୁ  ଡାଲବ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ କଂଗ୍ରେସ ତୃଣମୂଳସ୍ତରରେ କିପରି ସୁଂଗଠିତ ଭାବରେ  କାମ କରିବାକୁ ଆହ୍ବାନ ଦେଇଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା କଂଗ୍ରେସର କର୍ମୀମାନେ ଯୋଗଦାନ କରିଥିଲେ। ଏଝଦ୍ଦ ଖମାରୀ, ବିକାଶ ସୁରୁଜାଲ, ଏମ ସଭ୍ୟା, ଉପେନ୍ଦ୍ର ସେଠ, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମାଧବାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୮/୨୦୨୧ 
Sakhigopal News,25/8/2021

ads

Blog Archive

Popular Posts