ads

Breaking News

ଓଡଗାଁ ରେ ହାଇକୋର୍ଟ ବିଚାରପତି, ନିର୍ମାଣଧୀନ କୋର୍ଟ କାର୍ଯ୍ୟ ସମୀକ୍ଷା କଲେ



ଓଡଗାଁ---ଓଡିଶା ହାଇକୋର୍ଟ କନଷ୍ଟ୍ରକସନ  କମିଟିର ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୂଜାହାରୀ ଓ ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓଡଗାଁ ଗସ୍ତରେ ଆସିଥିଲେ । ଓଡଗାଁ ରେ ନିର୍ମାଣଧୀନ ହେଉଥିବା ନୂଆ କୋର୍ଟର  କାର୍ଯ୍ୟ ସମୀକ୍ଷା  କରିଥିଲେ।  ସେପ୍ଟେମ୍ବର ସୁଧା ସମସ୍ତ  କାମ ଶେଷ କରିବାକୁ ପୂର୍ତ୍ତ ବିଭାଗ, ପୁଲିସ ହାଉସିଂ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହସହ ନୂତନ କୋର୍ଟ ତଳ ସ୍ତରରେ ସମ୍ପୂର୍ଣ୍ଣ ଟାଇଲ୍ ପକାଇବା ସହ କୋର୍ଟ ପରିସରରେ ବ୍ରୁକ୍ଷ ରୋପଣ କରିକରିବାକୁ କହିଥିଲେ। ଏତତ୍ ବ୍ୟତିତ କ୍ୟାଣ୍ଟିନ କୁ ଦୁଇଭାଗରେ ବିଭକ୍ତ କରିବା ସହ ବାର ଆସୋସିଏସନ ରୁମ ଭିତରେ ଏ. ସି ଲଗାଇବାକୁ ପରାମର୍ଶ ଦେଇଥିଲେ।
              ଏହି ଅବସରରେ ଜିଲ୍ଲା ଦୌରାଜଜ ରୂପାଶ୍ରୀ ଚୌଧୁରୀ, ଓଡ଼ଗାଁ ନ୍ୟାୟାଧିକାରୀ ସୁଧାବାୟୀ ଅଗ୍ରୱାଲ, ଅତିରିକ୍ତ ଦୌରାଜଜ ଶିବାଶିଷ ଗିରି, ଦେୱାନୀ କନିଷ୍ଠ ଜଜ୍ ଅପୂର୍ବ ରାୟ ଙ୍କ ସହ ଓଡ଼ଗାଁ ବାର ଆସୋସିଏସନ ର ସଭାପତି ପବିତ୍ର ମୋହନ ସାହୁ, ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରମୋଦ କୁମାର ଧର ଓ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ବେହେରା ଉପସ୍ଥିତ ଥିଲେ।

ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
-୩୦/୮/୨୧ ----୫,୫୦ Sakhigopal News,30/8/2021

ads

Blog Archive

Popular Posts