ads

Breaking News

ଚନ୍ଦ୍ରଶେଖର ଙ୍କ ପାଇଁ ଆବାସ ଯୋଜନା ସାତ ସପନ;ଭଙ୍ଗା କୁଡିଆ ତଳେ କଟୁଛି ଜୀବନ

 
ରଣପୁର----- ସରକାର କାହାକୁ  ଚାଳ ତଳେ ରହିବାକୁ ଦିଆଯିବ ନାହିଁ ବୋଲି  ବିଣ୍ଡିମି ପିଟୁଛନ୍ତି । ସରକାରୀ ଯୋଜନା ରେ କେଉଁଠି ଗଳିଆ ବାଟ ରହିଯାଉଛି । ଏବେ ବି ବାଉଁଶ ତାଟି ଓ ଜରି ପଲିଥିନ ଟଣା ଘରେ ରହିଛନ୍ତି ପରିବାର ।  ସରକାରୀ ଯୋଜନା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଡା ଗ୍ରାମପଞ୍ଚାୟତ ଖଇରାଢିପ ଗାଁ ର ସୁକାନ୍ତି ଦେଇ ଓ ତାଙ୍କ ରୋଗାକ୍ରାନ୍ତ ସ୍ୱାମୀ ଚନ୍ଦ୍ରଶେଖର ଅନୁସୁଚିତ ଜନଜାତିର । ତାଙ୍କ ପାଇଁ ଆବାସ ଯୋଜନା ଏବେ ସାତସପନ ହୋଇଛି । ବାଉଁଶ ତାଟି ବନ୍ଧା ଜରି ପାଲ ଟଣା ରେ ରହି ଆସୁଛନ୍ତି ଦୀର୍ଘବର୍ଷ ହେଲା  । ଆବାସ ଯୋଜନା ପାଇଁ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ହିତାଧିକାରୀ ତାଲିକା ରେ ତାଙ୍କ ନାଁ ରହୁନାହିଁ ।ସରକାରଙ୍କ ବ୍ୟବସ୍ଥା ପ୍ରତି ଆସ୍ଥା ହରାଇ ସେହି ବଖରା ପାଲଟଣା ଘରେ ଛୋଟିଆ ଦୋକାନ ଟିଏ କରି ତେଲ ଲୁଣ ସଂସାର ଚଳାଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଦମ୍ପତି । ଏ ସର୍ମ୍ପକେ କାଣ୍ଡପଡା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ବେହେରା ଙ୍କ ସହ ଯୋଗାଯୋଗ କରିବାରେ ସେ କୁହନ୍ତି ସୁକାନ୍ତି ଦେଇ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଲିକା ରେ ତାଙ୍କ ନାଁ ନଥିବାରୁ ଯୋଜନା ରେ ତାଙ୍କୁ ସାମିଲ୍ କରାଯାଇ ପାରୁନାହିଁ । ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ ସେ କୁହନ୍ତି ମୁଁ ଅଳ୍ପଦିନ ହେଲା ରଣପୁର ବ୍ଲକ ରେ ଯୋଗଦାନ କରିଛି ଦେଖୁଛି ସୁକାନ୍ତି ଦେଇ କେଉଁଭଳି ଭାବରେ ଆବାସ ଯୋଜନା ପାଇପାରିବେ । ଜିଲ୍ଲା ଉଚ୍ଚକର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବୀ ହେଉଛି ।
ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୨୫/୮/୨୦୨୧----୮,୫୫ 
 Sakhigopal News,25/8/2021

ads

Blog Archive

Popular Posts