ads

Breaking News

ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ


ସାକ୍ଷୀଗୋପାଳ,---- ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହୋଇଯାଇଛି। ଏହି ଚନ୍ଦନଯାତ୍ରା କୁ ସରସ ଓ ସୁନ୍ଦର କରିବା ପାଇଁ ମନ୍ଦିର ସିଂହଦ୍ଵାର ନିକଟରେ ଦୁଇ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ଆୟୋଜନ କରିଥିବା ବେଳେ ସହଯୋଗ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ଉଦଯାପିତ ଉତ୍ସବ ରେ ଅତିଥି ଭାବେ ବିଧାୟକ ଓମ୍ ପ୍ରକାଶ ମିଶ୍ର  ତାଙ୍କ ବକ୍ତବ୍ୟରେ କହିଥିଲେ ବହୁ ଶିଘ୍ର ସତ୍ଯବାଦୀରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ।ସତ୍ଯବାଦୀ ତହସିଲଦାର ତଥା  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରି ସନ୍ତୋଷ ପାଣିଗ୍ରାହୀ, ଯୋଗ ଦେଇ  ମନ୍ଦିର ରେ ସଠିକ ସମୟରେ ଠାକୁରମାନଙ୍କ ନୀତି କାନ୍ତି ସେବାୟତ ମାନେ କରୁନାହାନ୍ତି । ମନ୍ଦିର  ଚତୁଃପାର୍ଶ୍ଵରେ କୁଡକୁଡ଼ା ଅଳିଆ ଆବର୍ଜ୍ଜନା ଗଦା ହୋଉଛି । ସେହିପରି ଭକ୍ତମାନଙ୍କୁ ସଠିକ ବ୍ୟବହାର କରାଯାଉନାହିଁ। ଏହା ସହିତ ମନ୍ଦିରରେ ଥିବା କେତକ ଅସୁବିଧା ସମ୍ପର୍କରେ  ବିଧାୟକ ଙ୍କ ନଜରକୁ  ଆଣିଥିଲେ। ଅନ୍ତିୟମାନଙ୍କ  ମଧ୍ୟରେ ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା , ବିଡ଼ିଓ ଦେବାଶିଷ ନାୟକ, ମନ୍ଦିର ପରିଚାଳନା ସଦସ୍ୟ ପ୍ରଣୀଚିକିସା ଅଧିକାରି ଓ ସେବାୟତ ସଂଘ ର ସମ୍ପାଦକ ପ୍ରତାପ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ ପ୍ଯୋରମୁଖ ଗଦେଇଥିଲେ। ଏହି ଅବସରରେ ସତ୍ଯବାଦୀ ସଙ୍ଗିତ ମହାବିଦ୍ୟାଳୟର ଛାତ୍ର ମାନଙ୍କୁ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଆଇନ ଜୀବନୀ ଅଞ୍ଜନ କୁମାର ହୋତା।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୫/୨୦୨୫---୯,୪୫ Sakhigopal News,20/5/2025

ads

Blog Archive

Popular Posts