ads

Breaking News

ପରୀକ୍ଷାରେ ଏ - ୧ ଗ୍ରେଡ୍ ରଖିଥିବା ପୂର୍ବ ଛାତ୍ର ଓ ଛାତ୍ରୀଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ତରଫରୁ ସମ୍ବର୍ଦ୍ଧନା

 ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମ୍ୟାଟ୍ରିକ ପରୀକ୍ଷାରେ ଏ - ୧ ଗ୍ରେଡ୍ ରଖିଥିବା ପୂର୍ବ ଛାତ୍ର ଓ ଛାତ୍ରୀଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସଭାପତି  ଶ୍ରୀ ସୁରେନ୍ଦ୍ର କୁମାର ଦାଶ,ଉପ ସଭାପତି ଶ୍ରୀ ପ୍ରବୀଣ କୁମାର ସାହୁ,ସମ୍ପାଦକ ଶ୍ରୀ ମଦନ ମୋହନ ଦାଶ, କୋଷାଧ୍ୟକ୍ଷ ଶ୍ରୀ ଗଜାନନ ବନଛୋର ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭୋଜରାଜ ଦୁଆନ ଉପସ୍ଥିତ ଥିଲେ । ଶ୍ରେୟଶ କୁମାର ଦାଶ,ଅବିନାଶ ହୋତା,ଅନ୍ୱେଷା ସାହୁ,ଶୁଭଙ୍କର ବେହେରା ଓ ଆୟୁଷ୍ମାନ ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଭାଇ,ଭଉଣୀଙ୍କ ସହ ତାଙ୍କ ମାତା ପିତା ଉକ୍ତ ସଭାରେ ଉପସ୍ଥିତ ଥିଲେ ।ଭାଇ,ଭଉଣୀଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଭାଇ,ଭଉଣୀଙ୍କୁ ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଏ -୧ ଗ୍ରେଡ୍ ଭାଇ,ଭଉଣୀମାନେ କିଭଳି ଭାବରେ ପରିଶ୍ରମ କରି ସେମାନେ କୃତକାର୍ଯ୍ୟ ହୋଇଛନ୍ତି,ସେ ବିଷୟରେ ଆଗାମୀ ବର୍ଷ  ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ଭାଇ,ଭଉଣୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ, ୮/୫/୨୦୨୫-----୧୨,୩୫ Sakhigopal News,8/5/2025

ads

Blog Archive

Popular Posts