ads

Breaking News

ଘୁମୁସର ବରିଷ୍ଠନାଗରିକ ମଞ୍ଚର ବୈଠକ

ଭଞ୍ଜନଗର-----
ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ମାସିକ ବୈଠକ ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ରବିବାର  ଅନୁଷ୍ଠିତ ହୋଇଯାଇଛି.। ଅନୁଷ୍ଠିତ ବୈଠକରେ ମଞ୍ଚର ସଭାପତି  ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ.। ବୈଠକ ଆରମ୍ଭରେ ପହଲଗାଁ ରେ ସନ୍ତ୍ରାସ ବାଦୀ ଆକ୍ରମଣ ରେ ନିହତ ହୋଇଥିବା ମୃତକ ଙ୍କ ଉଦେଶ୍ୟରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା. ପାକିସ୍ତାନର ପ୍ରୋଛାହନ ରେ ସନ୍ତ୍ରାସ ବାଦୀ ଙ୍କ ଏ ଅମାନୁଷିକ କାଣ୍ଡ ର ଘୋର ନିନ୍ଦା କରାଯାଇଥିଲା । ସଂପାଦକ ରବିନାରାୟଣ ସାମନ୍ତ ଗତ ମାସ ବୈଠକ ବିବରଣୀ ପାଠ କରି ଗୃହୀତ କରାଇ ନେଇଥିଲେ । ସଭାପତି ଗତ ଅପ୍ରେଲ ତିରିଶ ତାରିଖରେ ଖବ କାଗଜରେ ପ୍ରକାଶ ପାଇଥିବା 'ବୟସ୍କଙ୍କ ବିଡମ୍ବନା 'ଲେଖାଟି ପାଠ କରି ସରକାର କିପରି ବୟସ୍କ ମାନଙ୍କ ପ୍ରତି ଘୋର ଉଦାସୀନ ସେ ସମ୍ପର୍କ ରେ ସୂଚାଇଥିଲେ । ମଞ୍ଚର ପଞ୍ଜିକରଣ, ସ୍ୱାସ୍ଥ୍ୟ ଶିବିର ଓ ଦର୍ଶନୀୟ ଜାଗା ଘଟିଶୁଳା, ଚକ୍ରଘଟୀ ପରିଦର୍ଶନ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଥିଲା।  ସତୁରି ବର୍ଷରୁ ଉର୍ଦ୍ଧ ସଭ୍ୟ ମାନଙ୍କ ଆୟୁଷ୍ମାନ ଯୋଜନାରେ କିପରି ଅନ ଲାଇନରେ ଦରଖାସ୍ତ କରାଯିବ ସେ ଦାୟିତ୍ୱ କାର୍ଯ୍ୟକାରୀ ସଭାପତି ସନ୍ତୋଷ ତିଆଡ଼ିଙ୍କୁ ଅର୍ପଣ କରାଯାଇଥିଲା । ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ସତ୍ୟଶ୍ରୀ ଜରାଶ୍ରମ ର ପରିଚାଳନା ରେ ସହଯୋଗ କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସଭାପତି ସଭ୍ୟ ମାନଙ୍କୁ ଅନୁରୋଧ ଜଣାଇଥିଲେ । ସର୍ବଶ୍ରୀ ଲଡ଼ୁକିଶୋର ପ୍ରଧାନ, ସୁରେନ୍ଦ୍ର ବେହେରା, ବାଳକୃଷ୍ଣ ବେହରା ଏମ ରବୀନ୍ଦ୍ର କୁମାର ପାତ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସୁବାସ ଚନ୍ଦ୍ର ପ୍ରଧାନ, ବିପିନ କୁମାର ବେହେରା, ଶିବ ପ୍ରସାଦ ସୁବୁଦ୍ଧି ମଧୁସୂଦନ ସ୍ୱାଇଁ, ଶଙ୍କର ନାରାୟଣ ପାତ୍ର, ସନ୍ତୋଷ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପୀତାମ୍ବର ପରିଡା ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୫/୨୦୨୫---୬,୧୦  Sakhigopal News,4/5/2025

ads

Blog Archive

Popular Posts