ads

Breaking News

ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି



ଜଟଣୀ :--ଟ୍ରେନରେ ବିନା ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ଦ୍ୱାରା ଆରମ୍ଭ ହୋଇଛି ଏକ ଅଭିଯାନ। ଏହାର ଅଂଶ ସ୍ୱରୂପ, ମଞ୍ଚେଶ୍ୱର ରେଳ ଷ୍ଟେସନ ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ଦେଇ ଯାଉଥିବା ଟ୍ରେନଗୁଡ଼ିକରେ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କରାଯାଉଛି। ଟିକେଟ ଯାଞ୍ଚ ଅଭିଯାନ ସମୟରେ, ଟିକେଟ ନଥିବା ଏବଂ ଅନିୟମିତ ଟିକେଟର, ମୋଟ 85ଟି ମାମଲା ଧରାପଡ଼ିଥିଲା । ଏବଂ ସେମାନଙ୍କଠାରୁ ଭଡ଼ା ସହିତ ଜୋରିମାନା ବାବଦକୁ ୨୬,୩୮୦/- (ଛବିଶ ହଜାର ତିନିଶହ ଅଶି ଟଙ୍କା ମାତ୍ର) ଆଦାୟ କରାଯାଇଥିଲା।

    ଟିକେଟ୍ ଯାଞ୍ଚ ଅଭିଯାନରେ ବାଣିଜ୍ୟିକ ଅଧିକାରୀ, ବାଣିଜ୍ୟିକ ନିରୀକ୍ଷକ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବାହିନୀର ସହାୟତା ନିଆଯାଇଥିଲା। ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ଏବଂ ରାଜସ୍ୱ ଚୋରି ରୋକିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛିବୋଲି ସୁଚନା ମିଳିଛି।

     ଖୋର୍ଦ୍ଧା ରୋଡର ବରିଷ୍ଠ ବିଭାଗୀୟ ବାଣିଜ୍ୟିକ ପରିଚାଳକ ଶ୍ରୀ ଅନିଲ କୁମାର ଏସ୍. ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତିି ଯେ ସେମାନେ ଯାତ୍ରା ସମୟରେ କୌଣସି ପ୍ରକାରର ଅସୁବିଧାକୁ ଏଡାଇବା ପାଇଁ ଉପଯୁକ୍ତ ଟିକେଟ୍ ନେଇ  ଟ୍ରେନରେ ଯାତ୍ରା କରନ୍ତୁ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫/୨୦୨୫---୯,୫୫ Sakhigopal News,27/5/2025

ads

Blog Archive

Popular Posts