ads

Breaking News

ଜଟଣୀ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଶତ ପ୍ରତିଶତ ଫଳାଫଳ ; ସମ୍ବର୍ଦ୍ଧିତ ଉତ୍ସବ ପାଳନ



ଜଟଣୀ - ଜଟଣୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଟ୍ରିକ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ନେଉ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମାଟ୍ରିକ ପରୀକ୍ଷା- ୨୦୨୫ ଫଳାଫଳରେ ଏ୧-୧ ଜଣ, ଏ୨-୧୧ ଜଣ, ବି୧-୧୮ ଜଣ, ବି୨-୨୭ ଜଣ, ସି-୩୦  ଜଣ, ଡିରେ-୯ ଜଣ ମୋଟ -୯୬ ଜଣ ଛାତ୍ରଛାତ୍ରୀ ସମସ୍ତେ ପାସ କରିଛନ୍ତି । ଏ ବର୍ଷ ମଧ୍ୟ ପୂର୍ବ ବର୍ଷମାନଙ୍କ ଭଳି  ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଛି | ଆଜିର ସମ୍ବର୍ଦ୍ଧନା ସଭାରେ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ ଧନ୍ୟବାଦ ଦେଇ ଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବିଦ୍ୟାଳୟର ଫଳାଫଳ ଘୋଷଣା କରିବା ସହ ପୁଷ୍ପ ଗୁଚ୍ଛ ଦେଇ ଓ ମିଷ୍ଟାନ ବାଣ୍ଟି ଉପସ୍ଥିତ ଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କରିଥିଲେ | ଏ ବର୍ଷର ବିଦ୍ୟାଳୟରୁ ରଖିଥିବା ସର୍ବୋଚ୍ଚ A1 ଛାତ୍ରୀ ସ୍ରୋତସ୍ୱିନୀ ତ୍ରିପାଠୀ -୫୪୨ ନମ୍ବର ସହ A2- ରେ ଶୁଭମ କୁମାର ବେହେରା, ରାକେଶ କୁମାର ନାୟକ, ଗିରିଜା ଶଙ୍କର ମୁଦୁଲି, ଅଙ୍କିତା ରାଣୀ ମାଝୀ, ଶୁଭମ କୁମାର ସାହୁ, ଦେବସ୍ମିତା ପଣ୍ଡା, ସଞ୍ଚିତା ସାହୁ, ସୁରଜ କୁମାର ପାଢ଼ୀ, ଶୁଭମ ମହାନ୍ତି, ସାହାନା ଆଞ୍ଜୁମ, ଲଷ୍ମୀପ୍ରିୟା ନାୟକ ଏହି ୧୨ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା |   ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ସମସ୍ତ ଶ୍ରେୟ ଶିଶୁ, ଅଭିଭାବକ ଓ ଗୁରୁଜୀ ଗୁରୁମା ଦେବା ସହିତ ସମସ୍ତ ଶିଶୁଙ୍କ ଉଜ୍ଜଳମୟ  ଭବିଷ୍ୟତ କାମନା କରିଥିଲେ |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୫---୮,୫୦ Sakhigopal News,3/5/2025

ads

Blog Archive

Popular Posts