ads

Breaking News

ନିଷ୍ଠା ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତ ଦାତା ଦିବସ ପାଳନ


ବରଗଡ଼ ---
ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ଆନ୍ଧ୍ରକେମ୍ଫ  ଠାରେ ଗଢ଼ି ଉଠିଥିବା  ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସେହିପରି  ବିଶ୍ଵ ରକ୍ତ ଦାତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ରକ୍ତଦାନ ଶିବିର କୁ ଅଡଗାଁ ର ଆୟୁଷ ଡାକ୍ତର ଶ୍ରୀନିବାସ ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।  ପରେ ପରେ ନିଷ୍ଠା ପରିବାର କୁ ରକ୍ତ ଦାନ କ୍ଷେତ୍ରରେ ସହଯୋଗ କରୁଥିବା ସହଯୋଗୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ନେଇ ଆୟୋଜକ ସଂଗଠନ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ଆହୁରି ରକ୍ତ ଦାନ ଶିବିର ମାନ ଆୟୋଜନ କରିବା ପାଇଁ ସମସ୍ତେ ମତାମତ ଦେଇଥିଲେ। କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ମଧ୍ୟ ଏକ  ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସ୍ୱର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ସ୍ୱର୍ଗତ ଆଶିଷ ଭୋଇ ଙ୍କ ମା ଆଲ୍ଲାଦିନି ଭୋଇ ଫିତା କାଟି ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୧୧୧ ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହିତ ହୋଇଥିଲା। ଉଭୟ ଶିବିର ରୁ  ୧୪୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ସମାଜସେବୀ ଡ ଜସବୀର ସିଂ ସାଇନି ଙ୍କ  ଉପସ୍ଥିତି ରେ ନିଷ୍ଠା ପରିବାର ର ୧୫ତମ ବାର୍ଷିକୋତ୍ସବ ର ବୈଠକ ଅନୁଷ୍ଠିତ ହୋଇଥିଲା।ଉପ ସଭାପତି ମଦନ ମୋହନ ଦାଶ ସଭା ପରିଚାଳନା କରିଥବା ବେଳେ ସମ୍ପାଦକ ଲୋକନାଥ ସାହୁ ବିବରଣୀ ପାଠ କରିଥିଲେ।ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଅର୍ଥିକ ସ୍ଥିତି ର ସୁଚନା ପ୍ରଦାନ କରିଥିଲେ । ସଚି ପଣ୍ଡା ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପରିବେଶିତ ଓ ଶବ୍ଦ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷ ରେ ଜିତୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପଦ୍ମଶ୍ରୀ ଭାଗବତ ପ୍ରଧାନ, ଅପନା ଘର, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ବେଲନ, ମହାନଦୀ ନେତ୍ର ଚିକିତ୍ସାଳୟ, ଆନନ୍ଦ ସେବା ସଦନ ଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନିଷ୍ଠା ର ଉପଦେଷ୍ଟା ଦୂର୍ବାଦଳ ଷଡ଼ଙ୍ଗୀ, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ, ରାତ୍ର ପ୍ରଧାନ, ହେମଞ୍ଚଲ ସାହୁ,ଖଗେଶ୍ୱର ସାହୁ, ନିଷ୍ଠା ମହିଳା ଶାଖା ର ମୁଖ୍ୟ ତ୍ରିପୁରା ଶୁହୁଲା, ସୂତପା ଗଡତିଆ, ରିନା ମହାରଣା ପ୍ରମୁଖ ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୬/୨୦୨୪----୭,୨୦ Sakhigopal News,15/6/2024

ads

Blog Archive

Popular Posts