ads

Breaking News

ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ବରଗଡ଼ --- ବରଗଡ଼ ଜିଲ୍ଲା ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ସୁଜିତ ଗୁରୁଜୀ ଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର ଶୁଭ କାମନା କରିବା ସହ ଯୋଗ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ  ଭୋଜରାଜ ଦୁଆନ ଯୋଗ ଦିବସ ବିଷୟରେ ମାର୍ଗ ଦର୍ଶନ କରିଥିଲେ ।ଯୋଗ କରିବା ଦ୍ୱାରା କଣ ଲାଭ ହୁଏ ,ସେ ବିଷୟରେ ବୁଝାଇଥିଲେ । ସହ ପ୍ରଧାନ ଆଚାର୍ଯ୍ୟ  ମୁନୁ ବଢେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ କରେଇଥିଲେ। ଏହି ସମୟରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ,ଗୁରୁମା ମାନେ ଯୋଗ ଶିବିର ରେ ଅଂଶଗ୍ରହଣ କରିଥିଲେ ।ପରିଶେଷରେ ସୁଜିତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୬/୨୦୨୪----୭,୫୫ Sakhigopal News,21/6/2024

ads

Blog Archive

Popular Posts