ads

Breaking News

ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଡେଲାଙ୍ଗ-ଅରିଶଲ ଗ୍ରାମ ପଞ୍ଚାୟତ ଅଧୀନ  ଖଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ  ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଓ ସିଆରସିସି ଅଭିମନ୍ୟୁ ପ୍ରଧାନ ଆୟୋଜିତ ସଭାଟିକୁ ସଂଯୋଜନା  କରିଥିଲେ। ଏଥିରେ ଅତିଥି ଭାବେ ପ୍ରାକ୍ତନ ଡି ଆଇ  ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ବିଇଓ ପ୍ରମୋଦ କୁମାର ପରିଡ଼ା,ଶିକ୍ଷାବିତ୍ ଅନାଦି ବାରିକ୍, ସର୍ବେଶ୍ବର ଭୁଜବଳ, ପ୍ରଧାନ ଶିକ୍ଷକ ଦାମୋଦର ରଥ ପ୍ରମୁଖ ଯୋଗଦେଇ ମୋହକୁ ତ୍ୟାଗ କରି ସତ୍ କର୍ମ , ସତ୍ ଦୃଷ୍ଟି ଦ୍ବାରା ମଣିଷ ସମାଜରେ ପ୍ରତିଷ୍ଠା ଲାଭ କରେ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଅଶ୍ବିନୀ ସ୍ବାଇଁ, ସୂର୍ଯ୍ୟ ନାରାୟ ସେଠୀ ,ସାଗର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଗୋପାଳ ମହାପାତ୍ର, ପୁର୍ଣ୍ଣଚନ୍ଦ୍ର ସାହୁ,ଅଭୟ ଚରଣ ସାହୁ, ଫକିର ଦାସ, କୃତିବାସ ବାରିକ, ତପନ ରଥ,ସୁନିଲ ପ୍ରଧାନ, ଅଧିକାରୀ ସାହୁ,ସିଆରସିସି ଦୁର୍ଯ୍ୟୋଧନ ପ୍ରଧାନ, ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର,ଅନିଲ ପ୍ରଧାନ,ବାବୁଲି ତାଡ଼, ଅଙ୍ଗନବାଡ଼ି ଜିଲ୍ଲା ସଂଘ ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ,,ଶିକ୍ଷୟିତ୍ରୀ ଅମିତା ମହାନ୍ତି,ଶିବାନୀ ମିଶ୍ର , ଝରଣା ପ୍ରଧାନ ,ରଶ୍ମିତା ମଲ୍ଲିକ,ରୀତା ସ୍ଵାଇଁ ପ୍ରମୁଖ ଯୋଗଦେଇ  ଶ୍ରୀଯୁକ୍ତ ପ୍ରଧାନଙ୍କ ଲୋକପ୍ରିୟତା ,ସୁଶିକ୍ଷାଦାନ ଓ ସୁଗୁଣ ଗାନ ପୂର୍ବକ ସମସ୍ତେ ନିଜ ନିଜର ବୃତ୍ତିକୁ ସଠିକ୍ ଭାବେ ଆପଣେଇଲେ  ସୁବ୍ୟବସ୍ଥିତ ସମାଜର ପରିକଳ୍ପନା ଲକ୍ଷ୍ୟ ପରିପୂର୍ଣ୍ଣ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ। ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ସଭାରେ ମାନପତ୍ର, ଉତ୍ତରୀୟ ,ଉପଢୌକନ ସହ ସମ୍ବର୍ନ୍ଧିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ କବିଚନ୍ଦ୍ର ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା କମିଟି ସଭାପତି ଅଜୟ ମାଝୀ, ସଭ୍ୟ ନିରଞ୍ଜନ ପ୍ରଧାନ,ସଭ୍ୟ ସଭ୍ୟା, ଗ୍ରାମ ବାସୀ ,ଶିକ୍ଷକ ଶିକ୍ଷୟିତ୍ରୀ,ସୁପୁତ୍ର ସତ୍ୟ ନାରାୟଣ ଓ କନ୍ୟା ଶ୍ରାବଣୀ ଏଥିରେ ସହଯୋଗ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୬/୨୦୨୪----୬,୪୫ Sakhigopal News,26/6/2024

ads

Blog Archive

Popular Posts