ads

Breaking News

ଅସହାୟ ବୃଦ୍ଧଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର



 ବରଗଡ଼ ---- ବରଗଡ଼ ବ୍ଲକ ଅନ୍ତର୍ଗତ ଏସ. ଡମ୍ବେର ପାଲି ଗ୍ରାମରେ ରହୁଥିବା କୁନୁ ଝାଙ୍କର ବୟସ ୭୪ ।ଦୀର୍ଘ ଦିନ ଧରି ଥାନାରେ ଗ୍ରାମରକ୍ଷୀ ଭାବରେ ସେ କାମ କରୁଥିଲେ। ନିଜର ସମ୍ପର୍କୀୟ କେହି ନାହାନ୍ତି । ତାଙ୍କର ପରିଣତ ବୟସ ରେ ଚାଲିବା ମୁସ୍କିଲି ହୋଇପଡିଲା । ତାଙ୍କ ପାଇଁ ସାହି ପଡିଶା ଗ୍ରାମବାସୀ ଯାହା ଖାଇବାକୁ ଯୋଗାଇ ଦେଉଥିଲେ । ସେଥିରେ ଚଳୁଥିଲେ କୁନୁ ଝାଙ୍କର। ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଏକା ଏକା ଘରେ ପଡ଼ି ସାହାଯ୍ୟ ଅପେକ୍ଷାରେ ଚାହିଁ ରହିଥିଲେ ।  ସେ ଦୟନୀୟ ଅବସ୍ଥା ଯେ କେହି ବି ଦେଖିବ ହୃଦୟ ଆପେ ଆପେ ତରଳି ଯିବ।ଏ ନେଇ ସ୍ଥାନୀୟ ଜଣେ ସ୍ଵେଚ୍ଛାସେବୀ ତଥା ନିଷ୍ଠା ର ସଦସ୍ୟ ପ୍ରହଲ୍ଲାଦ ପାଣିଗ୍ରାହୀ ଖବର ଦେଇଥିଲେ ନିଷ୍ଠା ପରିବାର କୁ । ଗ୍ରାମ ର ୱାର୍ଡ ମେମ୍ବର ଦେବରାଜ ସାହୁ, ସ୍ଥାନୀୟ ଗ୍ରାମବାସୀ ମହାରାଜା ସାହୁ,ନରେଶ ସାହୁ, ରସିକ ସାହୁ ଗ୍ରାମବାସୀଙ୍କ ସହଯୋଗରେ ୧୦୮ଆମ୍ବୁଲାନ୍ସ ଓ କର୍ମଚାରୀଙ୍କ ସହଯୋଗରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ନିଷ୍ଠା ପରିବାର ତରଫ ରୁ ତାଙ୍କୁ ଦୁଇ ୟୁନିଟ ରକ୍ତ ମଧ୍ୟ ଦିଆଯାଇଥିଲା। ଦୀର୍ଘ ଏକ ମାସ ପରେ ମୃତ୍ୟୁ ଆଗରେ ହାରି ଯାଇଛନ୍ତି କୁନୁ ଝାଙ୍କର। ତାଙ୍କ ମୃତ୍ୟୁ ଖବର ଗ୍ରାମବାସୀ ଙ୍କୁ ଜଣାଇଦିଆ ଯାଇଥିଲା । ଗ୍ରାମବାସୀ ନିଷ୍ଠା ପରିବାର  ଶବ ସତ୍କାର କଲେ ଆମର କୌଣସି ଆପତ୍ତି ନାହିଁ ବୋଲି ଏକ ଲିଖିତ ଅନୁମତି ପତ୍ର ଦେଇଥିଲେ । ପରେ ସସମ୍ମାନେ ନିଷ୍ଠା ପରିବାରର ସ୍ଵେଚ୍ଛାସେବୀ ମାନସ ମେହେର, ସଚିନ ରାଉତ ବୃଦ୍ଧଙ୍କ ଶବ ସତ୍କାର କରିଥଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୬/୨୦୨୪---୭,୧୦ Sakhigopal News,25/6/2024



ads

Blog Archive

Popular Posts