ads

Breaking News

ଦିନିକିଆ କିକ ବକ୍ସିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ



ଜଟଣୀ --ସ୍ଥାନୀୟ ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ କଂପ୍ଲେକ୍ସ ପରିସରରେ ୱାକୋ ଓଡିଶା ରାଜ୍ୟ କିକ ବକ୍ସିଙ୍ଗ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କିକ ବକ୍ସିଙ୍ଗ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି  l ଏହି ପ୍ରତିଯୋଗିତାରେ ରାଜ୍ୟର ୩୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ l ଏଥିରେ ମୁଖ୍ୟ ଅତିଥି ରୂପେ ପାଣ୍ଡଵ ଜେନା ଫାଉଣ୍ଡେସନର ଅଧକ୍ଷ ସନ୍ତୋଷ କୁମାର ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଓଡିଶା କିକ ବକ୍ସିଙ୍ଗ ସଂଘର କାର୍ଯ୍ୟକାରୀ ସଭାପତି ବିଭୁତି ଭୂଷଣ ବେହେରା,ସଂଘଠନ ସଚିବ ପୁରସ୍ତମ ମୁଦିଲୀ  ଏବଂ ଉପେନ୍ଦ୍ରନାଥ ଦାସ ଖୋର୍ଦ୍ଧା ଜିଲ୍ଲା ସ୍ପୋର୍ଟ୍ସ ସମ୍ପାଦକ ଉପସ୍ଥିତ ରହି ଦ୍ବୀପ ପ୍ରଜ୍ବଳନ କରି ଖେଳକୁ ଉଦଘାଟନ କରିଥିଲେ l ଏହି ଉଦ୍ଘାଟନ ଉତ୍ସବରେ ଅବସର ପ୍ରାପ୍ତ ସୈନିକ କପିଳେନ୍ଦ୍ର ଦାସ, ଖୋର୍ଦ୍ଧା ଜିଲ୍ଲା କ୍ରୀଡା ସମ୍ପାଦକ ଉପେନ୍ଦ୍ରନାଥ ଦାସ ଏବଂ ଅଲ୍ଲେଖ ଚନ୍ଦ୍ର ବଳିୟାରସିଂହ ଙ୍କୁ କ୍ରୀଡା ଗୁରୁ ସମ୍ମାନ ରୂପେ ସମ୍ମାନିତ କରାଯାଇଥିଲା l  ଏହି ଖେଳକୁ ପରିଚାଳନା କରିଥିଲେ ଚିନ୍ମୟ ସାମନ୍ତରାୟ ଏବଂ ନିଖତ ବାନୁ l  ପ୍ରତ୍ୟକ ଶିଶୁ ମାନଙ୍କ ମଧ୍ୟରେ ଖେଳପ୍ରତି ଆଗ୍ରହ ଏବଂ ନିଜେ ନିଜକୁ କିପରି ଅନ୍ୟମାନଙ୍କ ଠାରୁ ଆତ୍ମ ସୁରକ୍ଷା ଦେଇପାରିବା ସଙ୍ଗେ   ଶତ୍ରୁ ମାନଙ୍କ ଠାରୁ ନିଜକୁ ସୁରକ୍ଷା ରଖି ପାରିବେ ଏହି ଖେଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି  କ୍ରୀଡା ସମ୍ପାଦକ ପୁରସ୍ତମ ମୁଦୁଲି ପ୍ରକାଶ କରିଥିଲେ l ଏହି ସଭାକୁ ନରେନ୍ଦ୍ର କୁମାର ଜେନା ଏବଂ ରଶ୍ମିତା ନାୟକ ସଂଯୋଜନା କରିଥିଲେ l ଖେଳ ସମ୍ପାଦକ ପୁରସ୍ତମ ମୁଦୁଲି ଏବଂ କେଦାର ବରାଳ ଉଭୟଙ୍କ ପ୍ରଚେଷ୍ଟାରେ ଏହି ଖେଳ ଅତି ସୁନ୍ଦର ପରିଚାଳନା ଏବଂ ସୁରୁଖୁରୁରେ ଶେଷ ହୋଉଥିଲା l  ଖେଳରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସ୍ଵର୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୭/୨୦୨୪-----୧୦,୪୦ Sakhigopal News,1/7/2024

ads

Blog Archive

Popular Posts