ads

Breaking News

ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍


ଭଞ୍ଜନଗର-- ତାରାସିଂ ଥାନା ଅଞ୍ଚଳରେ ଜୈନିକ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ  ତାରାସିଂ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିବା ଥାନା ସୁତ୍ରରୁ ପ୍ରକାଶ।ଖବର ନେବାରେ ତାରାସିଂ ଥାନା ଅଞ୍ଚଳରେ ଜୈନିକ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜୈନିକ ନାବାଳିକାର ମା ତାରାସିଂ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ତାରସିଂ ଥାନା କେସ ନଂ ୧୯୪/୨୪ ମାମଲା ରୁଜୁ କରିଥିଲେ। ତାରାସିଂ ଥାନାଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କୁ  ପୋଲିସ ଗିରଫ କରିବା ସହ ଡାକ୍ତରି ମଇନା କରିବା ପରେ ବ୍ରହ୍ମପୁର ପୋସ୍କ କୋର୍ଟକୁ ଚାଲଣ କରାଯାଇଥିବା ଥାନା ଏସଆଇ ସମିର କୁମାର ବେହେରାଙ୍କଠାରୁ  ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୪----୫,୫୫ Sakhigopal News,26/6/2024

ads

Blog Archive

Popular Posts