ସତ୍ୟବାଦୀରେ ଶାଖା ଉପ ଡାକଘର ଗୁଡିକରେ ଦିନିକିଆ ହରତାଳ
ସାକ୍ଷୀଗୋପାଳ ----ଏଆଇଜିୟୁଏସୟୁ ସଂଘ ତରଫରୁ ଦିଆଯାଇଥିବା ହରତାଳ ଡାକରାରେ ସାକ୍ଷୀଗୋପାଳ ସମସ୍ତ ଶାଖା ଡାକଘର ଗୁଡିକ ବନ୍ଦ ରହିଛି । ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ମଧ୍ୟ ନିୟମିତ ନକରିବା , ଆକାଉଣ୍ଟ ଖୋଲିବା ନାମରେ ଡାକ ସେବକ ମାନଙ୍କୁ ନିୟୋଜିତ କରିବା ସହିତ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ କରିବା ପ୍ରତିବାଦରେ ଏହି ହରତାଳ ଅନୁଷ୍ଠିତ ହୋଇଯାଇଛି। ସାକ୍ଷୀଗୋପାଳ ଉପଡାକଘର ଅନ୍ତର୍ଗତ ୧୫ଗୋଟି ଶାଖା ଡାକଘର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଯାହା ଫଳରେ ବିଭିନ୍ନ ଗ୍ରାମରେ ଥିବା ଡାକ ସେବା ଠପ୍ ହୋଇଯାଇଛି। ଯାହା ଫଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ତୁରନ୍ତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୩----୯,୪୫ Sakhigopal News,4/10/2023


