ads

Breaking News

ଡିଏଭି ପିଟି.ଏସ.ଆର୍ ପବ୍ଲିକ ସ୍କୁଲରେ ରଜଉତ୍ସବ ପାଳନ

Menstruation at DAV PTSR Public School.

ଭଞ୍ଜନଗର : ମଙ୍ଗଳବାର ଦିନ ଡିଏଭି ପିଟି ଏସ୍ ଆର୍ ପବ୍ଲିକ ସ୍କୁଲ ପରିସରରେ 'ରଜ ଊତ୍ସବ 'ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ବାସୁଦେବ ପାଣିଗ୍ରାହି ରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଛୋଟବଡ଼ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦୄଶ୍ୟଶ୍ରାବ୍ୟ ମାଧ୍ୟମରେ ନାଟକ ହୋଇଥିଲା । ଆଗ୍ରହୀ ଶିକ୍ଷାର୍ଥୀମାନେ ଘରେ ରହି ନିଜକୁ ରଜସଜ ହୋଇ Online ରେ ଭିଡ଼ିଓ ପଠାଇଥିଲେ ।କିଛି ଛାତ୍ରଛାତ୍ରୀ ରଜ କାହିଁକି ପାଳନ କରାଯାଏ ,କେତେ ଦିନଧରି ଏହା କରାଯାଏ ଏହାର ବାର୍ତ୍ତା ଜଣାଇଥିଲେ ।ପିଲାମାନେ ରଜଦୋଳି ଖେଳିବା ସହ ମଉଜ ମସ୍ତି ନାଚିଗାଇ ମନରୋଞ୍ଜନ କରିଥିଲେ।  ରଜରେ ମିଠା ପାନ ଓ ମିଠା ଖାଇ ଘରକୁ ପ୍ରସ୍ଥାନ କରିଥିଲେ ।  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତଥା ସେବକ ,ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସରସସୁନ୍ଦର ହୋଇପାରିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୬/୨୦୨୨---୮,୪୦ Sakhigopal News,14/6/2022

ads

Blog Archive

Popular Posts