ads

Breaking News

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Voluntary Blood Donation Camp.
 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ରକ୍ତଦାନ ଏକ ମହତ ଦାନ, ରକ୍ତର ବିକଳ୍ପ ନାହିଁ, ତେଣୁ କରି ଲିପିକା ନିଜର ଜନ୍ମ ଦିନ ଜୁନ ୧୮ କୁ ମନେରଖିବା ପାଇଁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରି ଆସୁଛନ୍ତି। ଏହି ରକ୍ତଦାନ ଶିବିରକୁ ତାଙ୍କର ମାଆ ଅନୁସୂୟା ସେଠ ଓ ମେଡିକାଲ୍ ଅଫିସର ସ୍ମିତା ବିଶି ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍କାଉଟ ଓ ଗାଇଡ୍ ର ସଂଯୋଜକ ଭୁବନେଶ୍ବର ମହାକୁଡ, ନିଶିକାନ୍ତ ପାଢୀ, ଦିବାକର ମାଝୀ, କୃଷ୍ନ ଚନ୍ଦ୍ର ଶାଥୁଆ, ବବଲୁ ବିଶ୍ଵାଳ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପରିଶେଷରେ ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୬/୨୦୨୨----- ୯,୪୦    Sakhigopal News,19/6/2022

ads

Blog Archive

Popular Posts