ads

Breaking News

ଗାଲେରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Gallery High School celebrates International Yoga Day

ଭଞ୍ଜନଗର---ସ୍ଥାନୀୟ ଗାଲେରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗଞ୍ଜାମ, ବ୍ରହ୍ମପୁରଙ୍କ ନିର୍ଦ୍ଦେଶ କ୍ରମେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅରୁପ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏନସିସି ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ଦଳବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ଦିବ୍ୟଜ୍ୟୋତି ପ୍ରଧାନ ଶିକ୍ଷାର୍ଥୀ ମାନଙ୍କୁ ଯୋଗ ଶିକ୍ଷାଦେବା ସହିତ ଜୀବନରେ ଯୋଗର ମହତ୍ତ୍ଵ କଥା ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶ୍ରୀ ଆଦିତ୍ୟପ୍ରସାଦ ତ୍ରିପାଠୀ, ଶ୍ରୀ ସତ୍ୟନାରାୟଣ ଶତପଥୀ, ଶ୍ରୀ ସୁବାଷ ଚନ୍ଦ୍ର ମଲ୍ଲିକ, ଶ୍ରୀ ସୁଶିଲ କୁମାର ସାହୁ, ଶ୍ରୀ ଶେଷଦେବ ପଣ୍ଡା, ଶ୍ରୀ ସାଗର ମହାରଣା, ଶ୍ରୀ ପ୍ରଦୀପ ମଲ୍ଲିକ ସହ ଶ୍ରୀମତୀ ଶିକ୍ଷୟତ୍ରୀ ଉଷାରାଣୀ ସାମନ୍ତ ଓ ଶ୍ରୀମତୀ ଉଷାରାଣୀ ବିଶ୍ଵାଳ ଆଦି ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୬/୨୦୨୨---୬,୨୦  Sakhigopal News,21/6/2022

ads

Blog Archive

Popular Posts