ads

Breaking News

ଅରପୁରରେ ରକ୍ତଦାନ ଶିବିର,21 ୟୁନିଟ ରକ୍ତ ସଂଗ୍ରହ

 Blood donation camp in Arpur, 21 units of blood collection.
ବାଙ୍କୀ----  ଅରପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 21 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ସମ୍ବାଦ ଓ ଆମ ଓଡ଼ିଶା ଏବଂ ଡମପଡା ସମ୍ବାଦ ସାହିତ୍ୟ ଘର ର  ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।  ବାଙ୍କୀ -ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତ ସ୍ଥିତ ଅରପୁର  ଗ୍ରାମର ଅରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଥିଲା । ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଙ୍କ ପ୍ରତେକ୍ଷ ତତ୍ୱବାଧାନରେ ଏହି କାର୍ଯ୍ୟକ୍ରମରେ ଡମପଡା ସମ୍ବାଦ ସାହିତ୍ୟ ଘରର ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ ,ସମ୍ପାଦକ କୁମାର ଅମୀୟ (ବୁଲୁବାବା)  ,ସଂଯୋଜକ ଅକ୍ଷୟ କୁମାର ସାମଲ , ସୁମନ୍ତ କୁମାର ମହାନ୍ତି ,ସୁବ୍ରତ କୁମାର ନାୟକ ,ସରପଂଚ ଜୋସ୍ନାରାଣୀ ଦାସ ,ଡମପଡା ବ୍ଲକ ଜୀବିକା ମିଶନ ଅଧିକାରୀ ଅକ୍ଷୟ ଭଟ୍ଟ ପ୍ରମୁଖ ଯୋଗଦେଇ ଥିଲେ। ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଜୋସ୍ନାରାଣୀ ଦାସ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅରପୁର ଗ୍ରାମର ଯୁବବନ୍ଧୁ ସତସଙ୍ଘ ପରିବାର ସଦସ୍ୟ ମାନେ ସହଯୋଗ କରିଥିଲେ। କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର   ରଜାକ ,ଆକାଶ ପ୍ରୀତମ ଦାସ ,ବିଜୟ ସ୍ୱାଇଁ ,ଅଭିମନ୍ୟୁ ଜେନା ,ସରୋଜ ମହାନ୍ତି ,କୀର୍ତ୍ତନ ବାଂଛୋଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।  କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୪/୬/୨୦୨୨----୫,୩୦  
  Sakhigopal News,14/6/2022

ads

Blog Archive

Popular Posts