ads

Breaking News

28 ତମ ରାଜ୍ୟ ସ୍ତରୀୟ ଉସୁ ଚାମ୍ପିଅନସିପ ; ପୁରୀ ଜିଲ୍ଲାକୁ ବଡ଼ ସଫଳତା

28th State Level Usu Championship; Big success to Puri district
ସାକ୍ଷୀଗୋପାଳ--- ଭୁବନେଶ୍ୱର ପୂମା ସ୍ପୋର୍ଟସ କମ୍ପଲେକ୍ସ ଠାରେ ତା -10,11,12  ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ।ଏହି ଚାମ୍ପିଅନସିପ ରେ ପୁରୀର ଫାଇଟର ମାନେ ଉଚ କୋଟିର ଖେଳ ପଦର୍ଶନି କରି ଜିଲ୍ଲା ପାଇଁ ଦୁଇଟି ସ୍ବର୍ଣ୍ଣ ପଦକ,ଚାରି ଗୋଟି ରୌପ୍ୟପଦକ,ତିନି ଗୋଟି କାଂସ୍ୟ ପଦକ ଜିତିଛନ୍ତି। ପୁରୀ ଜିଲ୍ଲା ରୁ ନଅ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ତଥା ନ୍ୟାସନାଲ ଟେକ୍ନିନକାଲ ଅଧିକାରୀ ନଟବର ସେଠୀ, ସନାତନ ସାହୁ ରବିନ୍ ଦାସ କ୍ରୀଡାବିତ୍ ମାନଙ୍କ ଦାଇତ୍ୱ ନେଇ ଥିଲେ। ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋସ, ସହ ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ଦାସ,ଜିଲ୍ଲା କ୍ରୀଡା ନିରୀକ୍ଷକ ମହେନ୍ଦ୍ର ବିଶ୍ବାଳ,ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନର ସନ୍ଧ୍ୟାବତୀ ପ୍ରଧାନ ପିଲାମାନଙ୍କୁ ଆଶ୍ରୀବାଦ୍ ପ୍ରଦାନ କରିଛନ୍ତି।ଶୁଭଲକ୍ଷ୍ମି ଦାସ ସ୍ବର୍ଣ୍ଣ, ଅଂଶୁମାନ ସାହୁ ସ୍ବର୍ଣ୍ଣ, ବର୍ଷା ଦଳାଇ ରୌପ୍ୟ, ମିଲି ପ୍ରଧାନ ରୌପ୍ୟ, ହିମାଂଶୁ ରାଉତ ରୌପ୍ୟ,ସାଇ ସତ୍ୟବ୍ରତ ଦାସ ରୌପ୍ୟ, କାର୍ତ୍ତିକ ଭୋଇ କାଂସ୍ୟ, ଓମ୍ ପ୍ରକାଶ ପୃଷ୍ଟି କାଂସ୍ୟ ଅନୁସୁଦ୍ଦିନ ଖାଁ କାଂସ୍ୟ ପଦକ ଜିତିଛନ୍ତି ବୋଲି କ୍ରୀଡା ଶିକ୍ଷକ ଶ୍ରୀ ସେଠୀଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୬/୨୦୨୨----୯,୪୦  Sakhigopal News,13/6/2022

ads

Blog Archive

Popular Posts