ପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ
The legislator laid the foundation stone for the construction of the panchayat office and the welfare mandapa
ଡେଲାଙ୍ଗ---ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଖେଲଉର ପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପର ନୁତନ ଗୃହ ନିର୍ମାଣ ପାଇଁ ସୋମବାର ଅପରାହ୍ନରେ ବିଧାୟକ ରୁଦ୍ରପ୍ରତାପ ମହାରଥି ଶିଳାନ୍ୟାସ ସ୍ଥାପନ କରିଛନ୍ତି ।ଖେଲଉର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ୩୫ ଲକ୍ଷ ଟଙ୍କା ରହିଥିବା ବେଳେ ନୁତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟ ରହିଥିବା ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କ ଠାରୁ ସୁଚନା ମିଳିିଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁ,ସରପଞ୍ଚ ସ୍ନେହଲତା ସାହୁ ,ସମିତିସଭ୍ୟ ଭୀମସେନ ପ୍ରଧାନ,ବରିଷ୍ଠ ସମବାୟ ବିତ୍ ବୈାରଗୀ ଜେନା ,ପିପିଲି ବ୍ଲକ ୨୪ ନମ୍ବର ଜିଲ୍ଲାପରିଷଦ ଧରଣୀଧର ସାହୁ ,ସମାଜସେବୀ କାଶିନାଥ ସାହୁ ଓ ବିଭାଗୀୟ କନିଷ୍ଠଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ ଯେ ଏହି କାମ କିଏସେ କରିବ ତାହା ବିଡିଓ ସ୍ଥିର କରିଥିବା ଜଣାପଡିଛି । ସ୍ଥାନୀୟ ସରପଞ୍ଚ ଏ ସମ୍ପର୍କରେ କିଛି ଜାଣିନଥିବା ସ୍ଥାନୀୟ ଗ୍ରାମବାସୀ ମାନେ କହନ୍ତି । ଡେଲାଙ୍ଗରେ ଏବେ ବିଡିଓ ହେଉଛନ୍ତି ଅନେକ ପଞ୍ଚାୟତର ସରପଞ୍ଚ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୬/୨୦୨୨---୧୦.୧୫
Sakhigopal News, 14/6/2022



