ads

Breaking News

ବିପୁଳ ପରିମାଣର ପୋଚ ନଷ୍ଟ କଲା ରାଜସୁନାଖଳା ଫାଣ୍ଡି ପୁଲିସ

Hapbled party b has spoken was the revailing Recience Is Pundhi


ରଣପୁର----+ନୟାଗଡ ଜିଲ୍ଲା ରଣପୁର ଥାନାଅଧୀନ ରାଜସୁନାଖଳା ଫାଣ୍ଡି  ଆମ୍ଭଝର  ଜଙ୍ଗଳରୁ ୧୫୦୦ ଲିଟର ରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାପୋଚକୁ ନଷ୍ଟ କରିଛି ରାଜସୁନାଖଳା ଫାଣ୍ଡି ପୁଲିସ । ସୂଚନାଯୋଗ୍ୟ ଯେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ରଣପୁର ଥାନା ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ନିର୍ଦେଶରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକଙ୍କ ନେତୃତ୍ୱରେ ସାଧା ପୋଷାକରେ ଆଜି ଅପରାହ୍ନରେ ଗଡ଼ମାନିକିଲ ପଞ୍ଚାୟତ ଆମ୍ଭଝର କାଜୁ ଜଙ୍ଗଲ ଭିତରେ ଖାନ ତଲାସ କରି 1500 ଲିଟରରୁ ଉର୍ଦ୍ଧ ରନ୍ଧା ପୋଚକୁ ନଷ୍ଟ କରିବାରେ ସକ୍ଷମ ହୋଇଛି। ତେବେ ଏତେ ପରିମାଣର ରନ୍ଧା ପୋଚ କେଉଁଠୁ ଆସିଲା,କିପରି ଓ କିଏ ଆଣିଲା ସେ ସମ୍ପର୍କରେ ପୁଲିସ ଖୋଳତାଳ ଆରମ୍ଭ କରିଛି । ନିର୍ବାଚନ ଋତୁ ଚାଲିଥିବାରୁ ପୁଲିସର ଏହି ସଫଳତାକୁ ଗ୍ରାମବାସୀମାନେ ପ୍ରସଂଶା କରିଥିବାବେଳେ ଖୁବ ଶୀଘ୍ର ମଦ ମାଫିଆମାନଙ୍କୁ ଦମନ କରାଯିବ ବୋଲି ରାଜସୁନାଖଳା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୯/୨/୨୦୨୨---- ୬,୫୦  
Sakhigopal News,9/2/2022

ads

Blog Archive

Popular Posts