ads

Breaking News

ଅମରଦାଶ ବାବା" ମଠରେ ଦୁଇ ଦିନ ଧରି ଅଗ୍ନି ଉତ୍ସବ ପାଳିତ

The Amardash Baba monastery has been under fire for two days
ବରଗଡ - ବରଗଡ ଜିଲ୍ଲା ଭେଡେନ ବ୍ଲକ ଭୋଇପାଲି ଅମରଦାଶ ବାବା" ମଠରେ ଚତୁର୍ଦ୍ଦଶୀ ଓ ପୁର୍ଣିମା ଦିନ ଦୁଇ ଦିନ ଧରି ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି। ପ୍ରାଚୀନ କାଳରେ ଏହି ଅଗ୍ନି ଉତ୍ସବ ପାଳିତ ହୋଇ ଆସୁଛି। ଏହି ମଠ "ଅମରଦାଶ ବାବା" ନାମରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ପୂରଣ ହେଲେ ନଡ଼ିଆ ପ୍ରସାଦ ଦିଆଯାଇଥାଏ। ଏହି ଅଗ୍ନୀ ଉତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇଥାନ୍ତି। ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୁଶନପୁରୀ ଗ୍ରାମର କୃଷ୍ନଗୁରୁ ଭଜନ ଅନୁଷ୍ଠିତ ହୋଇଥିଲା।  କାର୍ଯ୍ୟକ୍ରମରେ ଭୋଇବଂଶର ପୂଝାରୀ ମାନେ ପୂଜା କରିଥାନ୍ତି । ଏହି ପୂଝାରୀ ମାନେ ହେଲେ ଗୋପାଳ ଚନ୍ଦ୍ର ଭୋଇ, ସୁଦାମ ଚରଣ ଭୋଇ, ନୀଳାଞ୍ଚଳ ଭୋଇ, କାର୍ଯ୍ୟଦକ୍ଷ ଭୋଇ, ମନୋରଞ୍ଜନ ଭୋଇ, ଶିବ ପ୍ରସାଦ ଭୋଇ ଙ୍କ ଦ୍ବାରା ଅମରଦାଶ ବାବା ଙ୍କ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଜନସାଧାରଣ ଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଅମରଦାଶ କ୍ଲବ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୨/୨୦୨୨----୭,୫୦
  Sakhigopal News,16/2/2022

ads

Blog Archive

Popular Posts